ସିକେରକୁପା ଠାରେ ଏଫ/୬୪ ବାଟାଲିଆନ ପକ୍ଷରୁ ଜନ ସମ୍ପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲଶ କୁମାର ନାଗ): କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପା ଠାରେ ଏଫ/୬୪ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପରିସରରେ ଜନସମ୍ପର୍କ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ସିଆରପିଏଫ ଏଫ/୬୪ବାଟାଲିୟନ କମାଡେଣ୍ଡ ପଙ୍କଜ ଚୈଧରୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଦାନ ଚେରିଟେବୁଲ ଟ୍ରଷ୍ଟ ଚେୟାରମେନ ପଲ୍ଲବୀ ଚତୁର୍ବେଦୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଫ/୬୪ବାଟାଲିୟନ ଡିଆଇଜିପି ଏମଇଡି ବିଥିକା ସିଂ, ମେଡିକାଲ ଅଫିସର, ଏମଡି ଇବ୍ରାହିମ ଲାଞ୍ଜିଗଡରୋଡ ସରପଞ୍ଚ ସୁଶ୍ରୀ ମମତା ଶବର ଯୋଗଦେଇ ଥିଲେ। ଏଥିରେ ଲାଞ୍ଜିଗଡ଼ରୋଡ଼ ଏବଂ କଦମଗୁଡା ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ବୃଦ୍ଧବୃଦ୍ଧା ତଥା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରି ସର୍ବକ୍ଷେତ୍ରରେ ପୋଲିସ ତଥା ଜବାନ ଆପଣଙ୍କ ମାନଙ୍କୁ ସାଥିରେ ରହିଛି ଓ ରହିବ ତେଣୁ ଭାତୃଭାବ ଓ ବନ୍ଧୁତ୍ୱ ବଜାଇ ରଖିବା ପାଇଁ ନିବେଦନ କରିଥିଲେ । ଏଫ/୬୪ ବାହିନୀର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବରଦାନ ଚାରିଟେବୁଲ ଟ୍ରଷ୍ଟ ହରଦୋଇ ଦ୍ବାରା ୫୦ ଜଣ ବୃଦ୍ଧ, ବୃଦ୍ଧା ମାନଙ୍କୁ ଶ୍ରବଣ ମସିନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଇନ୍ସପେକ୍ଟର ମହମ୍ମଦ ଖୁଦବୁଦ୍ଦିନ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ ଯବାନ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.