କଳାହାଣ୍ଡି,୧୫/୫ : ସନାତନ ଧର୍ମଧାରାର ନବଧା ଭକ୍ତି ସଂକିର୍ତ୍ତନ୍ୟ ମଧ୍ୟମରେ ସହଜ ରିତିରେ ପରିପ୍ରକାଶ ପାଉଥିବାରୁ ନାମ ସଂକିର୍ତ୍ତନ୍ୟକୁ ହରି କୃପା ଲାଭର ଉତ୍ତମ ମାଧ୍ୟମ ଭାବେ ଗ୍ରହଣ କରାଯାଇଛି । ବର୍ଷ ସାରା ଓଡିଶାର କୋଣ ଅନୁକୋଣରେ ଅଷ୍ଟମ ପ୍ରହର, ଷୋଳ ପ୍ରହର, ୨୪ ପ୍ରହର ଆଦି ଅନୁଷ୍ଠିତ ହୋଇ ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମ ଠାରେ ଆଜି (ବୁଧବାର) ଠାରୁ ୨୪ ପ୍ରହର ନାମଯଜ୍ ଆରମ୍ଭ ହୋଇଛି । ଜିଲ୍ଲାର ଏକ ଐତିହ୍ୟ ସଂପନ୍ନ ଗ୍ରାମ ଭାବେ ସର୍ଗିଗୁଡା ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରେ । କଳା, ସଂସ୍କୃତି, ଐତିହ୍ୟ, ପରଂପରା, ଧାର୍ମିକ ପୃଷ୍ଠଭୂମୀ ସହ ଆଧୁନିକ ଚିନ୍ତା ଚେତନାର ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ ଏହି ଗ୍ରାମ ଏବର୍ଷ ୫୧ ତମ ନାମଯଜ୍ଞର ଆୟୋଜନ କରିଛି । ମଙ୍ଗଳବାର ଅଧିବାସ କାର୍ଯ୍ୟକ୍ରମରେ ଗଙ୍ଗା ନିମନ୍ତ୍ରଣ ସହ କଳସ ଯାତ୍ରା ଓ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ସମୂହର ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗଦେଇଥିଲେ ।
ଆଜି ସକାଳୁ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ (ରାତ୍ର ୮) ପ୍ରବଳ ଜନ ସାମାଗମ ପରିଳକ୍ଷିତ ହେଉଛି । ନାମଯଜ୍ଞ ଦର୍ଶନ କରିବାକୁ ଆସିଥିବା ପ୍ରତ୍ୟେକ ଭକ୍ତଙ୍କୁ ବ୍ୟବସ୍ଥିତ ଭାବରେ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଛି । ଏହି ୨୪ ପ୍ରହରରେ ବର୍ତ୍ତମାନ ସୁଦ୍ଧା ସର୍ଗିଗୁଡା ଦଳକୁ ମିଶାଇ ମୋଟ ୧୧ଟି ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇଛନ୍ତି । ପ୍ରତିବର୍ଷ ଏହି ସମୟରେ ସର୍ଗିଗୁଡା ଠାରେ ନାମ ସଂକିର୍ତ୍ତନ୍ୟର ଆୟୋଜନ କରାଯାଇଥାଏ । ଭକ୍ତ ମାନେ ହରି ରଶାମୃତ ପାନ କରି ଭାବ ଭକ୍ତିରେ ତଲ୍ଲିନ ହୋଇ ଉଠୁଥିବା ଦେଖା ଯାଇଥିଲା । ୧୮ ତାରିଖ ଶନିବାର ଦିନ ଏହି ନାମଯଜ୍ଞର ପୂର୍ଣ୍ଣାହୁତି ହେବ ।
ପଶ୍ଚିମ ଓଡିଶାର ନିଜସ୍ବ ଶୈଳୀ : ରଂଗି କିର୍ତ୍ତନ ବା ରଂଗିନ କିର୍ତ୍ତନ
ପଶ୍ଚିମ ଓଡିଶାରେ ସାଧାରଣତଃ ୨ ପ୍ରକାର ସଂକିର୍ତ୍ତନ୍ୟ ଧାରା ଦେଖା ଯାଇଥାଏ ଗୋଟିଏ ହେଲା ଉଦଣ୍ଡ ବା ନଦିଆ କିର୍ତ୍ତନ ଓ ଅନ୍ୟଟି ହେଲା ରଂଗି କିର୍ତ୍ତନ ବା ରଂଗିନ କିର୍ତ୍ତନ । ରଂଗି କିର୍ତ୍ତନ ହେଉଛି ପଶ୍ଚିମ ଓଡିଶାର ନିଜସ୍ବ ଶୈଳୀ । ନଦିଆ କିର୍ତ୍ତନ ଠାରୁ ଏହି ଧାରା ସଂପୂର୍ଣ୍ଣ ଭିନ୍ନ ରହିଥାଏ । ନଦିଆ କିର୍ତ୍ତନର ମୃଦଙ୍ଗର ଆକାର ଛୋଟ ହୋଇଥିବା ବେଳେ ରଂଗିନ କିର୍ତ୍ତନର ମୃଦଙ୍ଗ ଭାରି ହୋଇଥାଏ ।
ଏହି ମୃଦଙ୍ଗର ଧାୟାଁ ଓ ଚାୟାଁ ଉଦଣ୍ଡ କିର୍ତ୍ତନର ଧାୟାଁ, ଚାୟାଁ ଠାରୁ ଦେଢ ଗୁଣାରୁ ପାଖାପାଖି ୨ ଗୁଣା ଅଧିକ ଥାଏ । ନଦିଆ କିର୍ତ୍ତନର ମୃଦଙ୍ଗର ଧ୍ବନୀ ଓ ରଂଗି କିର୍ତ୍ତନର ଧ୍ବନୀରେ ମଧ୍ୟ ଫରକ ରହିଥାଏ । ରଂଗିନ କିର୍ତ୍ତନର ଧ୍ବନୀ ଗୁରୁ ଗମ୍ଭିର ହୋଇଥାଏ । ଏହି ଶୈଳିର ଗିନି ମଧ୍ୟ ଭିନ୍ନ ପ୍ରକାର । ନଦିଆ କିର୍ତ୍ତନର ଗିନି ଠାରୁ ରଂଗି କିର୍ତ୍ତନର ଆକାର ବଡ ହୋଇଥାଏ । ଉଦଣ୍ଡ କିର୍ତ୍ତନର ନୃତ୍ୟ ଓ ରଂଗି କିର୍ତ୍ତନର ନୃତ୍ୟରେ ମଧ୍ୟ ଭିନ୍ନତା ରହିଛି । ରଂଗି କିର୍ତ୍ତନର ନୃତ୍ୟ ଶୈଳୀ ଧରାବନ୍ଧା ନିୟମାନୁସାରେ ଏକା ପରି ହୋଇଥାଏ କିନ୍ତୁ ନଦିଆ ସଂକିର୍ତ୍ତନ୍ୟରେ ଏହି ଧାରାର କୌଣସି ମାନେ ନଥାଏ ।
ଉଦଣ୍ଡ କିର୍ତ୍ତନରେ ବ୍ୟବହୃତ ହେଉଥିବା ଘୁଙ୍ଗୁର କମ ଓଜନ ବିଶିଷ୍ଟ ଓ ଛୋଟ ଛୋଟ ରହୁଥିବା ବେଳେ ରଂଗିନ କିର୍ତ୍ତନର ଘୁଙ୍ଗୁର ଓଜନିଆ ଓ ବଡ ରହିଥାଏ । ସଂକିର୍ତ୍ତନ୍ୟ ବାହକ (ଗୁରୁ) ମାନେ ଗାହାକ୍ ନାମ ଗାନ କରୁଥିବା ସମୟରେ ଉପସ୍ଥିତ ଭକ୍ତ ବୃନ୍ଦଙ୍କ ସମ୍ମୁଖରେ ମୃଦଙ୍ଗ ଓ ଗିନିର ଉତ୍ପତ୍ତି, ରାଧା କୃଷ୍ଣଙ୍କ ରାସ, ବୃନ୍ଦାବନର ବର୍ଣ୍ଣନା, ଗୋପି ଗୋପାଳଙ୍କ ଜନ୍ମ ବୃତାନ୍ତ, ଗୋ ମହାତ୍ମ୍ୟ, ଭଗବାନ ଶ୍ରୀକୃଷ୍ଣଙ୍କ ଲିଳା ମାଧୁରୀ ସହ ଭଗବତ ଚିନ୍ତନ ସଂପର୍କିତ ଶ୍ଲୋକ ସବୁ ପାଠ କରିବା ସହ ଏହାର ପ୍ରତିଟି ଶବ୍ଦକୁ ମୃଦଙ୍ଗର ଧ୍ବନୀରେ ରୂପାନ୍ତରିତ କରିଥାନ୍ତି । ଗାୟକ ହରେ କୃଷ୍ଣ ହରେ ରାମ ମହାମନ୍ତ୍ରର ଅନ୍ତରା ଗାନ କରିବା ପରେ ପରେ ବାୟକ (ଗୁରୁ) ପୁନଃ ନାମ ଗାୟନ ଅନୁସାରେ ମୃଦଙ୍ଗ ବାଦନ କରିଥାନ୍ତି ।
ସେ ଯାହାହେଉ ଉଭୟ ଧାରାର ସଂକିର୍ତ୍ତନ୍ୟ ହରି ନାମ ଗାୟନରେ ମୂଖରିତ ହୋଇଥାନ୍ତି । ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞରେ ରଂଗିନ କିର୍ତ୍ତନ ଧାରା ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥିଲା । ଏଥିରେ ମୃଦଙ୍ଗ ବାଦନ କରୁଥିବା କୁନି ଝିଅର ପ୍ରତିଭା ଦେଖିଲେ ଲାଗୁଥିଲା ସତେ ଯେପରି ଏହି ମାଟିର ପ୍ରତ୍ୟକ ବ୍ୟକ୍ତି ମା’ ପେଟରୁ କଳା ଧରି ଏହି ମାଟିରେ ଅବତିର୍ଣ୍ଣ ହୋଇଛନ୍ତି ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇