ଚେକ୍ ପାଇଲେ ମୋ ଘର ଯୋଜନାର ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲବଣୀ ରାଉତ): ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ନିମ୍ନମଧ୍ୟବିତ୍ତର ପରିବାର ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା “ମୋ ଘର” ଯୋଜନାର ପ୍ରଥମ ପର୍ଯ୍ୟାୟ ଋଣ ପ୍ରଦାନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ହିତାଧିକାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟ ରୂପେ ୧ ଲକ୍ଷ ଋଣ ଚେକ ପ୍ରଦାନ କରିଥିଲେ। ଜିଲ୍ଲା ର ୮ ଟି ବ୍ଲକ ଯଥା; ଥୁଆମୂଳ ରାମପୁର, କେସିଙ୍ଗା, କର୍ଲାମୁଣ୍ଡା, ମଦନପୁର ରାମପୁର, କୋକସରା, ଭବାନୀପାଟଣା ଓ ନର୍ଲାର ୨୪ ଜଣ ହିତାଧିକାରୀ ପ୍ରତ୍ଯେକଙ୍କୁ ମୋଟ ଅନୁମୋଦନ ଋଣ ୩ ଲକ୍ଷ ଟଙ୍କାରୁ ୧ ଲକ୍ଷ ଟଙ୍କା ଚେକ ପ୍ରଦାନ କରାଯାଇଛି। ଏହି ଯୋଜନାରେ ମାସିକ ୨୫ ହଜାରରୁ କମ ଆୟ କରୁଥିବା ପରିବାର ନିଜର କଚ୍ଚା ଘରକୁ ପକ୍କା କରିପାରିବେ, ଘର ନିର୍ମାଣ, ସଂପ୍ରସାରଣ, ସମ୍ପୂର୍ଣକରଣ, ଉନ୍ନତୀକରଣ କରି ପାରିବେ। ପ୍ରତ୍ଯେକ ଋଣ ଅର୍ଥ ରାଶି ଉପରେ ସରକାର ମଧ୍ୟ ସବସିଡି ଦେଉଛନ୍ତି। ୧ ଲକ୍ଷ, ୧.୫ ଲକ୍ଷ, ୨ ଲକ୍ଷ, ୩ ଲକ୍ଷ ଟଙ୍କାରୁ ଏସ.ସି -ଏସ.ଟି ଓ ଭିନ୍ନକ୍ଷମ ପରିବାର ଯଥାକ୍ରମେ ୪୦୦୦୦/-, ୫୫୦୦୦/-, ୭୦୦୦୦/-, ୭୦୦୦୦/- ଏବଂ ସାଧାରଣ ପରିବାର ୩୦୦୦୦/- , ୪୫୦୦୦/-, ୬୦୦୦୦/- ଓ ୬୦୦୦୦/- ସବସିଡି ପାଇ ପାରିବେ। ଏହି ଋଣ ଚେକ ପ୍ରଦାନ ସମାରୋହରେ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଏ.ପି.ଡି.ଆର.ଏଚ. ଅମୂଲ୍ୟ ବାଉଲ, ଡି.ଆଇ.ପି.ଆର.ଓ ମନୋଜ ବେହେରା, ସମସ୍ତ ବି.ଡି.ଓ, ଏଲ.ଡି.ଏମ ଧ୍ରୁବ ପ୍ରସାଦ ସିଂ, ଏସ.ବି.ଆଇ, ଇଣ୍ଡିଆନ ବ୍ୟାଙ୍କର ମ୍ୟାନେଜର, ହିତାଧିକାରୀ ଓ ଜିଲ୍ଲା ପରିଷଦ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.