ଘଣ୍ଟବାହାଲି କ୍ଳବ ଓ କଲେଜ ପ୍ରିନସିପାଲଙ୍କ ଘରୁ ଡକାୟତି ଘଟଣାର ପର୍ଦାଫାଶ

ଜଣେ ନାବାଳକ ସହ ୬ ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ

ଢୋଲ, ନିଶାନ , ତାସା, ଏସି, ବାଇକ, ପିସ୍ତଲ ସହ ମାରଣାସ୍ତ ଜବତ କଲା ପୋଲିସ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରୁ ଜଣେ ନାବାଳିକ ସହ ୬ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରି ଶନିବାର  ଅଭିଯୁକ୍ତମାନଙ୍କୁ ଡାକ୍ତରୀ ପରୀକ୍ଷା କରି ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନା ମଞ୍ଜୁର ହେବାରୁ ୫ ଜଣ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ କୋର୍ଟ ଓ ନାବାଳିକ ଅଭିଯୁକ୍ତଙ୍କୁ ଭୁବାନୀପାଟଣା ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ସଇଁତଲା ଥାନା ଡେଙ୍ଗ ପଞ୍ଚାୟତ ଲକ୍ଷ୍ମୀପାଲି ଗ୍ରାମର ଦୁର୍ବାଦଳ ଭୋଇ (୨୧) ଓରଫ ଜୟସ, ରାଜା ଭୋଇ (୨୨) ଡେଙ୍ଗ କଲୋନୀ, ଲୋକନାଥ ଭୋଇ (୨୧) ଓରଫ ଟୀକା, ବୁଢାବାହାଲ ପଞ୍ଚାୟତ ରେମେଣ୍ଡା ଗ୍ରାମର ମନୋରଞ୍ଜନ ବାଗ (୨୩) ଓରଫ ରଞ୍ଜନ, ଟିଟିଲାଗଡ଼ ଥାନା ପିଡ଼ବ୍ଲୁଡି କଲୋନୀର ସୁକାନ୍ତ ମିଶ୍ର (୨୫)ଓରଫ ଚିଣ୍ଟୁ ଓ ଆଉ ଜଣେ ନାବାଳକ (୧୬) ବୁର୍ଡା ଅଞ୍ଚଳର ବୋଲି ଜଣାପଡିଛି। ପୋଲିସର ସୂଚନା ଅନୁସାରେ ଗତ ୧୪ ତାରିଖ ଶୁକ୍ରବାର ଦିନ ରାତିରେ ସଇଁତଲା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସଇଁତଲା ରେଲୱେ ଷ୍ଟେସନ ଅଞ୍ଚଳର ଏକ ପଡିଆ ଠାରେ ଜଣେ ନାବାଳକ ସମେତ ୬ ଜଣ ବସି ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ପୁଲିସ ଗାଡି ଦେଖି ଅଭିଯୁକ୍ତମାନେ ଫେରାର ମାରିବାରୁ ପୁଲିସ ସନ୍ଦେହ କରି ଉକ୍ତ ଯୁବକ ମାନଙ୍କୁ ଦୌଡାଇ ଦୌଡାଇ ଧରି ଥାନାକୁ ଆଣିବା ପରେ ମଦଭାଟିକୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଥିଲା। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ଅଭିଯୁକ୍ତମାନଙ୍କୁ ନେଇ ପୁଲିସ ଅଧିକ ତଦନ୍ତ କରିବାରୁ ପୂର୍ବରୁ ଗତ ୨୨ ଏପ୍ରିଲ ୨୦୨୩ ରେ ଶିଶକେଲା ପଞ୍ଚାୟତ ଘଣ୍ଟବାହାଲି ଗ୍ରାମର ଏକ କ୍ଳବ ଘରୁ ଚୋରି ହୋଇଥିବା ସଇଁତଲା ଥାନାରେ କେଶ ନଂ ୮୮/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା। ଅନ୍ୟଟି ଗତ ୨୧ ଜୁନ ୨୦୨୩ ରେ ସଇଁତଲା କଲେଜର ପ୍ରିନସିପାଲ ତିରୁପତି ମେହେର ସଇଁତଲା ଥାନାରେ ଲିଖିତ ଅଭିଯୋଗ ପରେ ଥାନା କେଶ ନଂ ୧୪୬/୨୩ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଥିଲା। ଏହି ଡକାୟତି ଗ୍ୟାଙ୍ଗଙ୍କୁ ପୋଲିସ ଧରିବା ପରେ ଚୋରି କରିଥିବା ଘଟଣାକୁ ସ୍ୱୀକାର କରିଥିଲେ।

Udyog Nursery
Udyogi Nursery

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଏସି, ବ୍ୟାଟ୍ରିକ, ଇନଭେଟର, ବେଣ୍ଡ ବାଜା ସାମଗ୍ରୀ ଯଥା ଢୋଲ, ଦୁଇଟି ନିଶାନ, ଗୋଟିଏ ତାଶା ଓ ଅନ୍ୟାନ ସାମଗ୍ରୀ ଜବତ ସହ ଚୋରିରେ ବ୍ୟବହୃତ ଗୋଟିଏ ପିସ୍ତଲ , ୨ଟି ଚାକୁ , ଗୋଟିଏ କତୁରୀ ଅନ୍ୟନ୍ୟ ସାମଗ୍ରୀ ମାରଣାସ୍ତ ଏବଂ ୨ ବାଇକ ନଂ ଓଡି୦୮ ୭୬୦୯ ଓ ଓଡି୦୩ ଟି ୬୬୯୨ ଜବତ ହୋଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଥିଲେ। ଏହି ଘଟଣାକୁ ନେଇ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱବଧାନରେ ସଇଁତଲା ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରି ସଫଳତା ପାଇଛି। ସଇଁତଲା ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ମାମଲାର ତଦନ୍ତ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.