ଉଳିକୁପା ପଞ୍ଚାୟତ ସ୍ତରୀୟ ଆଦିବାସୀ ସଂଘ ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଗ୍ରାମପଞ୍ଚାୟତଠାରେ ନର୍ଲା ଆଦିବାସୀ ସଂଘର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ତରୀୟ ନୂତନ ଆଦିବାସୀ ସଂଘ ଗଠନ ହୋଇ ଯାଇଛି | ଏହି ବୈଠକରେ ଅନ୍ୟ ନେତୃ ମଣ୍ଡଳୀ ମାନଙ୍କ ମଧ୍ୟରେ ନର୍ଲା ବ୍ଳକ୍ ଆଦିବାସୀ ସଂଘ ର ଉପ ସଭାପତି ଚନ୍ଦ୍ରଶେଖର ଶବର, ନର୍ଲା ବ୍ଳକ୍ ଆଦିବାସୀ ସଂଘ ର ସଂପାଦକ ମାୟାଧର ମାଝୀ, ସରିଆଁ ଆଦିବାସୀ ସଂଘର ସଭାପତି ଦକ୍ଷରାଜ ଭୋଇ, ଆଦିବାସୀ ସଂଘର ସଦସ୍ୟ, ପୂର୍ବତନ ସରପଞ୍ଚ ଆନନ୍ଦ ମାଝୀ, ଧନୁର୍ଜୟ ଶବର, ପୁରୁଷୋତ୍ତମ ଶବର, ଶିନ୍ଧୁବନ୍ ଝାଙ୍କର, ନାଥୁରାମ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ସଂଘ ବିଷୟରେ ପାରିପାର୍ଶ୍ବିକ ଆଲୋଚନା ପରେ ଉଳିକୁପା ଗ୍ରାମ ପଞ୍ଚାୟତ କମିଟି ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଳିକୁପା ପଞ୍ଚାୟତ ସ୍ତରୀୟ କମିଟି ର ସଭାପତି ଭାବରେ ଚିତ୍ରସେନ ଶବର, ଉପସଭାପତି ଭାବରେ ଯୋଗେନ୍ଦ୍ର ମାଝୀ, ଖଗେଶ୍ୱର ଝାଙ୍କର, ଅଭି ମାଝୀ ପ୍ରମୁଖ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ଏହିଭଳି ସାଧାରଣ ସମ୍ପାଦକ ଭାବରେ ଚିନ୍ତାମଣି ଶବର, ଯୁଗ୍ମ ସମ୍ପାଦକ ଭାବରେ ଲାବନ ମାଝୀ, କୋଷାଧ୍ୟକ୍ଷ ଭାବରେ ଚକ୍ରଧର ଶବର ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ଅରୁଣ ମାଝୀ, ଦମନ ମାଝୀ, ବଂଶୀଧର ଶବର, ଶ୍ରୀକାନ୍ତ ମାଝୀ, ବରୁଣ ମାଝୀ, ଜେମା ମାଝୀ, ହେମ ଶବର ପ୍ରମୁଖଙ୍କୁ କାର୍ଯ୍ୟ କାରିଣୀ ସଦସ୍ୟ ଭାବରେ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ଆନନ୍ଦ ମାଝୀ, ପୁରୁଷୋତ୍ତମ ଶବର, ଲିଙ୍ଗରାଜ ଶବର, ନାଥୁରାମ ମାଝୀ, ଧନୁର୍ଦ୍ଧର ଶବରଙ୍କୁ ରଖାଯାଇଥିବା ଜଣାପଡିଛି । ନିର୍ବାଚନ ପ୍ରକ୍ରିୟା ସମାପନ ହେବାପରେ ଉପସ୍ଥିତ ଆଦିବାସୀ ସଂଘର ସମସ୍ତ ସଦସ୍ୟ ସଂଘ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ । କାର୍ଯ୍ୟକ୍ରମ ଶେଷରେ ନବ ନିର୍ବାଚିତ ସଭାପତି ଚିତ୍ରସେନ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.