ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଦୃଷ୍ଟିପଡୁ

ଧର୍ମଗଡ,୩୦/୧୧:

ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କର ନିଃସ୍ୱାର୍ଥପର ସେବା ପାଇଁ ଜନ ସାଧାରଣ ଅନବରତ  ଭାବ ରେ ପାନୀୟ ଜଳ ପାଇ ପାରୁଛନ୍ତି ,  କିନ୍ତୁ ବର୍ଷ ବର୍ଷ ଧରି ( ପି.ଏଚ୍.ଇ.ଓ. )  କର୍ମଚାରୀ ମାନେ ନିଜ ସେବା ଯୋଗାଇ ଆସୁଥିଲେ ମଧ୍ୟ  ସେମାନଙ୍କ ପ୍ରତି ସରକାରଙ୍କର ଉଦାସୀନ ମନୋଭାବ କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାତ୍ର ଦୈନିକ ଟ. ୨୨୪.୩୦ ପ . ମଜୁରୀରେ ମାସ କୁ ୨୬ ଦିନର ଦରମା ଯୋଗାଇବା ,କର୍ମଚାରୀ  ଙ୍କ ପରିବାର ପ୍ରତି କୁଠାର ଘାତ ନୁହେଁ କି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚା ଚାଲିଛି । ମାସିକ ଦରମା ର ମଧ୍ୟ ଠିକ ଠିକଣା ନାହିଁ । ଏଣୁ ଏନେଇ ସଂପୃକ୍ତ ବିଭାଗିୟ କର୍ମଚାରୀ ଓ ସର୍ବସାଧାରଣ ମହଲ ରେ ଅସନ୍ତୋଷ ର ବତାବରଣ ସୃଷ୍ଟି ହେଉଛି । ଏଣୁ ରାଜ୍ୟ ସରକାର  ଜନସ୍ଵାସ୍ଥ୍ୟ  ବିଭାଗ (ପି.ଏଚ୍.ଇ.ଓ.) କୁ ବିଶେଷ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.