ବଲାଙ୍ଗୀରରେ ୨୪ଘଣ୍ଟିଆ ବନ୍ଦ ପାଳନ

ବଲାଙ୍ଗିର,୩/୧୨ : ଆଜି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ବନ୍ଦ ପାଳନ କରାଯାଇଛି। ଏଥିଯୋଗୁ ବଲାଙ୍ଗିର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଦୋକାନ-ବଜାର ସମେତ ଗାଡ଼ି ଚଳାଳଚଳ ବନ୍ଦ ରହିଛି। ଏଥିସହ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ରେଳଧାରଣାରେ ବସି ରେଳରୋକ କରିଛନ୍ତି ।ଏହି ବନ୍ଦ ପାଳନକୁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଜିଲ୍ଲାର ବିଭିନ୍ନ ସଂଗଠନ ସମର୍ଥନ କରିଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାବନ୍ଦ ପାଳନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.