ଛୁଟିରେ ଯିବାକୁ ଭିମ୍‌ସାର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

ସମ୍ୱଲପୁର,08/12: ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଆଜି କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ନୋଟିସ୍‌ର ଉତ୍ତର ମିଳିବା ଓ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତା ତିନି ଦିନ ଭିତରେ ଏହାର ଉତ୍ତର ରଖିବାକୁ ପୂଜାହାରୀଙ୍କୁ କୁହାଯାଇଛି। ଏହି ଅବଧି ମଧ୍ୟରେ ପୂଜାହାରୀ କୌଣସି ଉତ୍ତର ନଦେଲେ ସେ କିଛି କହିବାର ନାହିଁ ବୋଲି ଧରାଯିବା ସହ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରାଯାଇଛି। 
ପ୍ରକାଶ ଥାଉକି ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ଜେଡିଏ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଲୁଣ ଓ ତବଲା ଥେରାପିରେ ଚିକିତ୍ସା, ମଦ୍ୟପ ରୋଗୀଙ୍କୁ ଲଣ୍ଡା କରିବା, କ୍ଲାସରୁମ୍ ଭିତରେ ପ୍ରଫେସରଙ୍କୁ କଡ଼ା ତାଗିଦ ଆଦି ବିଭିନ୍ନ ଘଟଣାକୁ ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱୀନି ପୁଜାହାରୀ ବିବାଦ ଘେରକୁ ଆସିଥିଲେ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.