ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ଡି: ମ.ରାମପୁର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନେଇ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଡିଓ ରୁମାନା ଜାଫ୍ରି, ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ହରିପ୍ରସାଦ ତୁଳ, ଅଧ୍ୟାପକ ଲୋକନାଥ ଚୌଧୁରୀ, ତ୍ରିନାଥ ବିଶୋୟୀ, ମମତା କୁମାରୀ ତ୍ରିପୀଠୀ ଯୋଗଦେଇ ଆଜିର ସମାଜରେ ଛାତ୍ରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସେମାନେ ନିଜେ କିପରି ନିଜକୁ ସୁରକ୍ଷା କରିପାରିବେ ତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ୧୭୦ ଜଣ ଛାତ୍ରୀ ଏହି ଶିବିରରେ ତାଲିମ ନେଇଥିଲେ । ଏହି ତାଲିମ ଶିବିରକୁ ମହାବିଦ୍ୟାଳୟର ପିଇଟି ତୋଫାନ ଗୌଡିଆ ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ମୃତ୍ୟୁଞ୍ଜୟ ଘିଭେଲା, ବିକାଶ ରଞ୍ଜନ ମହାରଣା, ପ୍ରଦୀପ ସିଂହ, ପ୍ରତାପ ପାଣିଗ୍ରାହୀ, ନୃସିଂହ ଚରଣ ଭୋଇ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.