ମୋହନଗିରୀ ପଞ୍ଚାୟତରେ ଭୋଟର ସଚେତନତା ଶିବିର

କଳାହାଣ୍ଡି,୮/୯(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ପଂଚାୟତରେ ଆଜି ଭୋଟର ସଚେତନତା ଶିବିର ଅନୁଷ୍ଠିତ ହେଇଯାଇଛି । ମୋହନଗିରୀ ସରପଂଚ ବଳଭଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ଏକ ସଭାରେ ଅତିଥିଭାବରେ ଯୋଗଦେଇ ତହସିଲଦାର ସୟଦ ଇସାକ ମଦିନା ଭୋଟରଙ୍କୁ ସଚେତନ ହେବାର ଆବଶ୍ୟକ ତଥା ଭୋଟର କାର୍ଡ଼ ସଂପର୍କିତ ସମସ୍ତ ପ୍ରକାର ତୃଟି ବିଚ୍ୟୁତି ସଂଶୋଧନ କରିବା ସହିତ ନୂତନ ପରିଚୟ ପତ୍ର ମଧ୍ୟ ଆବେଦନ କରିପାରିବେ ବୋଲି ପ୍ରକାଶ କରିଥିଲେ । ସଚେତନତା ସଭାରେ ପଂଚାୟତରାଜ ସଭ୍ୟ,ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.