୭ ତୋଳା ସୁନା ଚୋରି; ଥାନାରେ ଏତଲା, ମହିଳାଙ୍କୁ ଖୋଜୁଛି ପୋଲିସ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସହର ରାଣୀଗୁଡା ଫାର୍ମ ଦିତୀୟ ଲାଇନରେ ରହୁଥିବା ମହେଶ କୁମାରଙ୍କ ଘରେ ଦିନ ୧୧ ଘଣ୍ଟା ସମୟରେ କଳା କନା ବୁଲାଇଛନ୍ତି ଦୁର୍ବୁତ୍ତ | ଏ ନେଇ ରାୟଗଡ଼ା ଥାନାରେ ଏତଲା ଦେଇଛନ୍ତି ମହେଶ କୁମାର | ଘଟଣାରୁ ପ୍ରକାଶ ଯେ, ମହେଶ ଓ ତାଙ୍କ ପରିବାର କୌଣସି ଏକ କାର୍ଯ୍ୟକ୍ରମ ନିମନ୍ତେ ବାହାରକୁ ଯାଇଥିବା ବେଳେ କେହି ଦୁର୍ବୁତ୍ତ ଘରେ ପଷି ସୁନା ଚୋରି କରିଥିଲେ | ଏତଲା ପରେ ରାୟଗଡ଼ା ଥାନାରୁ ଏ.ଏସ୍.ଆଇ. ମାନସ ଜେନା ଓ ପୋଲିସ୍ ଦଳ ଆସି ତଦନ୍ତ ଆରମ୍ଭ କରିଥିଲେ | ତଦନ୍ତ ବେଳେ ସି.ସି.ଟିଭି ଫୁଟେଜରେ ଉକ୍ତ ସମୟରେ ଜଣେ ଗର୍ଭବତୀ ମହିଳା ମହେଶ ଘରେ ପସି କିଛି ସମୟ ପରେ ବାହାରି ଆସିଥିଲେ | ତେଣୁ ପୋଲିସ୍ ଉକ୍ତ ମହିଳାଙ୍କୁ ଖୋଜୁଥିବା ଜଣା ପଡ଼ିଛି | ଏଠାରେ ପ୍ରକାଶ ଥାଉ କି ଅନ୍ୟ ରାଜ୍ୟରୁ ରାୟଗଡ଼ା ସହରକୁ ବହୁ ଫେରିବାଲା ଓ ବୁଲା ବିକାଳୀ ଆସି ଦିନରେ ବେପାର କରି ରାତିରେ ଚୋରି କରିଥାନ୍ତି | ବର୍ତ୍ତମାନ ଦିନ ଦି ପ୍ରହରରେ ମଧ୍ୟ ଚୋରି ହେଉଥିବାରୁ ସହରବାସୀଙ୍କ ମନରେ ଭୟ ସୃଷ୍ଟି କରିଛି | 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.