ଅଳ୍ପଗଳ୍ପ ପୁରାଣ ପ୍ରସଙ୍ଗରୁ : ଗଣେଶଙ୍କ ଆବିର୍ଭାବ

ଥରେ ଦେବୀ ପାର୍ବତୀ ତାଙ୍କର ବଳକା ଅଙ୍ଗ ପ୍ରସାଧନୀ – ଅଙ୍ଗମୌଳୀ ହଳଦୀକୁ ହାତରେ ନେଇ ଅନ୍ୟମନସ୍କ ଭାବରେ ଏକଡ ସେକଡ କରୁକରୁ, ଅଜାଣତରେ ଏକ ଶିଶୁପୁତ୍ରର ପ୍ରତିମା ଗଢି ପକାଇଥିଲେ । ତାଙ୍କର ମନୋଗତ ବାସନା ବୁଝି ଶ୍ରୀବିଷ୍ଣୁ ସେହି ପ୍ରତିମାଟିକୁ ଜିବନ୍ୟାସ ଦେଇଥିଲେ ଓ ଶିଶୁପୁତ୍ର ଭାବେ ଗଣେଶଙ୍କ ଆବିର୍ଭାବ ହୋଇଥିଲା । କିନ୍ତୁ ବିଧି ନିର୍ଦେଶ ମତେ ବାଳକ ଗଣେଶ ଓ ଗଣେଶଙ୍କ ପରିଚୟ ଜାଣିନଥିବା ମହାଦେବ ଶିବଙ୍କ ମଧ୍ୟରେ ଯୁଦ୍ଧ ଅବସମ୍ଭାବୀ ହେଲା । ଯୁଦ୍ଧରେ ପ୍ରଥମାବସ୍ଥାରେ ପରାହତ ଶିବ ଶେଷକୁ ସେହି ବିଷ୍ଣୁଙ୍କ ସହାୟତାରେ ହିଁ, ନିଜର ଅମୋଘ ଅସ୍ତ୍ରରେ ଗଣେଶଙ୍କୁ ନିହତ କରିଥିଲେ । ସତ୍ୟ ଉନ୍ମୋଚିତ ହେବା ପରେ, ଘଟଣାଚକ୍ରରେ ଏକ ହସ୍ତୀର ମସ୍ତକ ଗଣେଶଙ୍କ ଶରୀରରେ ଯୋଡି ତାଙ୍କୁ ପୁନର୍ଜୀବନ ଦିଆଯାଇଥିଲା ।

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.