ତୁଷରା ବ୍ରିଜ ଉପରୁ ନଦୀ ଭିତକୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ

କଳାହାଣ୍ଡି,୭/୧୦ (ହେମନ୍ତ ସାହୁ) : ମ.ରାମପୁରରୁ ବଲାଙ୍ଗିର ଜିଲ୍ଲାର ତୁଷରା ପଟକୁ ଯାଉଥିବା ଏକ ଟ୍ରକ ତୁଷରା ବ୍ରିଜରେ ଦୂର୍ଘଟଣାଗ୍ରସ୍ଥ ହୋଇଛି । ଟ୍ରକଟି ବ୍ରିଜ ଉପରୁ ତେଲନଦୀ ଭିତରକୁ ଗଳି ପଡିଛି । ପୋଲିସ ଓ ଦମକଲ ବାହିନୀଙ୍କ ସହାୟତାରେ କିଛି ସମୟ ପୂର୍ବରୁ ଡ୍ରାଇଭରଙ୍କ ଶବ ଉଦ୍ଧାର କରାଯାଇଛି । ମୃତ ଡ୍ରାଇଭର ମହାସମୁଦ ଅଞ୍ଚଳର ବୋଲି ଜଣାପଡିଛି ଓ ଘଟଣା ସ୍ଥଳକୁ ମୃତକଙ୍କ ପରିବାର ବର୍ଗ ଆସି ପହଞ୍ଚିଛନ୍ତି ।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଆଧାରରେ ରବିବାର ରାତିରେ ଛତିଶଗଡର ଦୁଇଟି ଟ୍ରକ ମ.ରାମପୁରରୁ ତୁଷରା ଅଭିମୂଖେ ଯାଉଥିବାବେଳେ ଡାହିମାଲ ଛକରେ ଅଟକିଥିଲେ । ସେଠାରୁ ଉକ୍ତ ଟ୍ରକଟି ଆଗେ ଆଗେ ଚାଲିଥିଲା ଓ ତୁଷରା ବ୍ରିଜ ଉପରୁ କୌଣସି କାରଣ ବସତଃ ଓଲଟି ପଡିଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.