ସଇଁତଲା,୯/୧୦ : ଧରପଗଡ ହାଇସ୍କୁଲର ୨୦୦୩ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଗ୍ରାମପଞ୍ଚାୟତ ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୦୩ ବ୍ୟାଚର ଶିକ୍ଷାର୍ଥୀ ମାନେ ଏଥିରେ ଯୋଗଦେଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ଅନେକ ବର୍ଷପରେ ସମସ୍ତେ ଏକାଠି ହୋଇଥିବାରୁ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା ।
ଏହି ବନ୍ଧୁ ମିଳନ ଉତ୍ସବ କିପରି ପ୍ରତିବର୍ଷ ଆୟୋଜନ କରିଯିବ ସେଥିପାଇଁ ଆଲୋଚନା ହୋଇଥିଲା । ଏହି ବ୍ୟାଚର ପିଲାମାନେ କିଏ ଆର୍ମିରେ ତ କିଏ ସରକାରୀ ଓ ବେସରକାରୀ ଶିଳ୍ପ କେନ୍ଦ୍ର ମାନଙ୍କୁ ଚାକିରୀ କରୁଛନ୍ତି । ବନ୍ଧୁମିଳନ ଉତ୍ସବରେ ସେମାନେ ନିଜ ପରିବାର ସହ ଉପସ୍ଥିତ ଥିଲେ । ବେଣୁଧର ବଗର୍ତ୍ତୀ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ।
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in
———————————————————
ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ
https://facebook.com/odiabarta