ତପନ କୁମାର ସାହୁ
ଛେଲ ମେଲଛା ବସଲା ସଭା
ସଭେଁ ସେନ କାବାକାବା
ବଡ଼ କହୁଛେ ସାନକେ
ସାନ ବି ସୁନୁଛେ ତାକେ
ଇଟା ପରେ ବୋ ଭୋଦୋ ସମଲା
ଦିନ ଗନ ପିଲେ
ଆମର ମରନ ବେଳ ଅଏଲା ।।
ନୂଆଖାଇ ବାସି ଦିନେ
କେତେଯିମା ମରି
ଦଶରା ଦିନେ ଖୁଜାନୁରା
ଆନବେ ଆମକୁ ଧରି
ଲମ୍ କାନିଆଁ କଲା ପେଠି
ଥ ତମେ ହୁସିଆର
ଗାଁ ର ଗଣା ଡାକ ଦେଲା
ଇଟା ପରେ ଭୋଦୋ ସମଲା
ଦିନ ଗନ ପିଲେ
ଆମର ମରନ ବେଳ ଆଏଲା ।।
ଛତର ସୁଲିଆ ସୁନା ମୁଖି
ସଭେଁ କରବେ ମଜା
ଆମକୁ ଧରି ବନାବେ ପିଲେ
ଦେଶୀ ମାଂସର ଭଜା
ଗଞ୍ଜା ପୁଡ଼ ଛେଳ ମେଡ଼ି ସବୁ
କାନ୍ଦୁଛନ୍ କିନ୍ଦରି କିନ୍ଦରି
କିଏ ବୁଝାବା ଆମର ଦୁଃଖ
ଆମେ ସଭେଁ
ନାଇଁପାରୁ କଥା କହି ।।
ଡାଲ ପତର ଖାଇ କାନ୍ଦସୁ ମେଁ ମେଁ
ତେଲ ମସଲା ପକେଇ
ଭାଜିଦେଲେ କରମୁ ଛେଁ ଛେଁ
ପଶୁ ଜାତି ଆମେ ହେନୁ ଦାଲଫାଲ
ଦିନ ଗନ ପିଲେ ଭୋଦୋ ସମଲା
ଆମର ମରନ ବେଳ ଆଏଲା ।।
ଦେଶି ପାଉଜ ସାଙ୍ଗେ ପୁଟାଭଜା
ଖାଏଁସନ ସଭେଁ ଆଜି……
ମନ ମଏନସାର ଖାଏଦ ଲାଗି
ଆମର ଜୀବନ ଲାଗାସି ବାଜି
ଧରମ ନାଁ ଥି ପଡ଼ସୁ ଭେଟ
ଦେବତା ମାନକର ବଳି
ଆମର ରକତ ଧଳାବଲି କାଏଁ
ଆମକୁ ଦେସନ ସଭେଁ ଦଳି
କେନ ଦେବତା
କେନ ଜଆଁରା
କେନ୍ତି ଏନ୍ତା ଗଢ଼ଲା
ଚାଏର ଗୁଡ଼ିଆ କରି ଆମକୁ
ପଶୁ ଜନମ କଲା
ହଏବୋ ଦଦା ହଏବୋ କକା ବବା ସଭେଁ
ସୁନ ମୋର କଥା
ମୁନୁଷ ଲୁକେତ ଚତୁର ବଲି
ବଜାସନ ଦୁଲଦୁଲା
ହେ ଦେରେ ପିଲେ କଖାର ଫୁଲ ଫୁଟଲା
ଦିନଗନ ପିଲେ
ଆମର ମରନ ବେଳ ଆଏଲା ।।
ଯାନି ଯାତରା ପରବ ନାଥି
ଆମେ କଟାହଣା
ଇ ସମାଜର ଶିକ୍ଷିତ ମୁନୁଷ
ହେଇଛେ କେ ବାଟ ବନା
ଜଏ ଜଏ ମା ମାନିକେସରି… ମା ସମଲେଇ ଗୋ
ରଖିଥା ତୋର ପୁଓ ଝି କେ
ଆମକୁ ଖାଇ ଜିଁ ଜୀବନ
ଡର ନାହିଁ ଆମର ଦିହିକେ ।।
କେନ ଜନମେ ପୁଇଁନ କନୁ
ପାଏନୁ ପଶୁ ଜନମ
ଆମକୁ ଦେଖି ସମକର ଜିଭେ ଦେଖ
ପାଜରୁଛେ ଲାଲ
ଘର କେ ସଭେଁ ଖାଇ ଥା ଟିକେ ଭଲ ଭଲ
ଗନୁ ଥା ଭାଇରେ ସମିଆ
ମରବାକେ ହେଇ ଟଲ ମଲ
ଗାଁ ଗଣା ଡାକ ଦେଲା
ଏଦେ ରେ ପିଲେ ଭୋଦୋ ସମଲା
ଦିନଗନ ପିଲେ
ଆମର ମରନ ବେଲ ଆଏଲା ।।
କର୍ଲାମୁଣ୍ଡା, କଳାହାଣ୍ଡି
ମୋ : ୭୩୨୮୦୦୧୫୭୫
——————————————————