କୁନା ଭାଟି ଟିଟିଲାଗଡ ଟାଉନ ଯାଦବ ସଭାପତି ନିଯୁକ୍ତ

ଟିଟିଲାଗଡ:

ଉପଖଣ୍ଡ ସ୍ଥରୀୟ ଯାଦବ ମହାସଭା ଟିଟିଲାଗଡ ଯୁବ ବ୍ୟକ୍ତିତ୍ବ କୁନା ଭାଟିଙ୍କୁ ଟିଟିଲାଗଡ ଟାଉନ ଯାଦବ ସଂଘର ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛି । ଟିଟିଲାଗଡ ସିରଭଟା ପଡାର ପ୍ରଚଣ୍ଡ ପ୍ରତିଭା ଦିପ୍ତ ତଥା ଜନପ୍ରିୟ ପୂର୍ବତନ କାଉନସିଲର ସ୍ବର୍ଗତ ତିର୍ଥ ଭାଟିଙ୍କ ସୁପୁତ୍ର କୁନା । ସେ ଏକ ସଫଳ ଯୁବ ନେତୃତ୍ବ ଭାବେ ଟିଟିଲାଗଡ ସହର ସମେତ ଉପଖଣ୍ଡରେ ଜଣାସୁଣା । ସମାଜସେବା ସହ ଯାଦବ ସମାଜର ପ୍ରଗତୀ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ମେଲାପି ସ୍ବଭାବର ଏହି ଯୁବକ ବଲାଙ୍ଗୀର ଠାରେ ହାଇକୋର୍ଟ ପୁନଃ ସ୍ଥାପନ ଦାବୀ , ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ଆଦି ବିଭିନ୍ନ ଆନ୍ଦୋଳନରେ ଯୁବକ ମାନଙ୍କୁ ସୁସଂଗଠିତ କରି ସାମିଲ ହୋଇଛନ୍ତି ।

ଯାଦବ ସମାଜର ଐତିହ୍ୟ ପରମ୍ପରା , କଳା ସଂସ୍କୃତିକୁ ଉଦ୍ଜିବିତ କରିବାସହ ସାମାଜିକ ସଂଗଠନକୁ ସୁଦୃଢ କରିବା, ଯାଦବ ମାନଙ୍କ ମଧ୍ୟରେ ଭାଇଚାରା ଓ ସଦଭାବନା ସୃଷ୍ଟି କରିବା, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସମାଜକୁ ସୁଦୃଢ କରିବା ଆଦି ବିଭିନ୍ନ ଦିଗରେ କାର୍ଯ୍ୟ କରୁଥିବା ତଥା ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଅଞ୍ଚଳ ଓ ମାଟିର ସ୍ବାର୍ଥ ପାଇଁ କାର୍ଯ୍ୟରତ ଟିଟିଲାଗଡ ଉପଖଣ୍ଡ ସ୍ଥରୀୟ ଯାଦବ ମହାସଭା ସଭାପତି ଘିନୁ ଆଡଯୁଆଡଙ୍କ ବଳିଷ୍ଠ ନେତୃତ୍ବ ଅଧିନରେ କାର୍ଯ୍ୟ କରିବାର ସୂଯୋଗ ପାଇଥିବାରୁ ସେ ନିଜକୁ ଗୌରବାନ୍ବିତ ମନେ କରିଥିବା ପ୍ରକାଶ କରିଛନ୍ତି ।

Report by :

Bhismasen Mahakur, Reporter Titilagarh & Ramnarayan Bag, Special Correspondent odiabarta.in

http://For latest news updates  Please subscribe to notifications by clicking on the bell button.  Like us on facebook  http://www.facebook.com/odiabarta/ Subscribe us on youtube  https://m.youtube.com/channel/UCdoWrXFOsGOd7dzWwMFwFrQ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.