ଟିଟିଲାଗଡ,୧୭/୧୨:
ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିବା ବେଳେ ଗତ ନଭେମ୍ବର ୧ ତାରିଖ ରୁ ଆରମ୍ଭ ହୋଇଥିବା ଗଣଧାରଣା ଆଜି ୪୭ ଦିନ ରେ ପହଞ୍ଚିଥିଲେ ମଧ୍ୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି । କୋର୍ଟ, କଚେରୀ, ବ୍ଲକ ଗୁଡିକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ତଥା ସମସ୍ତ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ସମ୍ପୁର୍ଣ୍ଣରୁପେ ବିରୋଧ କରିବା ସହିତ ଜିଲ୍ଲା ମାନ୍ୟତା ଦାବି ତେଜିବାରେ ଲାଗିଥିବା ବେଲ ସରକାର କ’ଣ ପାଇଁ ଟିଟିଲାଗଡ କୁ ଜିଲ୍ଲା ଘୋଷଣା କରୁନାହାନ୍ତି ତାହା କୁ ନେଇ ସରକାର ଙ୍କ ପ୍ରତି ଜନ ଅସନ୍ତୋଷ ବୃଦ୍ଧି ପାଇଛି ।
ଅପରପକ୍ଷରେ ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଯାଦବ ମହାସଭା ଏହି ଦାବୀକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଛି । ଟିଟିଲାଗଡ ଉପଖଣ୍ଡ ସ୍ଥରୀୟ ଯାଦବ ମହାସଭା ସଭାପତି ଘିନୁ ଆଡଜୁଆଡ ଓ ଟିଟିଲାଗଡ ନଗର ସଭାପତି କୁନା ଭାଟିଙ୍କ ବଳିଷ୍ଠ ନେତୃତ୍ବରେ ପିତାମ୍ବର ବଗର୍ତ୍ତୀ, ଦିଲିପ ଖର୍ସେଲ, ମନୋଜ ହାତୀ, ଝସକେତନ ଛତର, ବାଳକୃଷ୍ଣ ସାଣ୍ଡ, ତଥା ବହୁ ଯାଦବ କର୍ମକର୍ତ୍ତାମାନେ ଯୋଗଦାନ କରିବା ସହ ଟିଟିଲାଗଡ ଜିଲ୍ଲା ମାନ୍ୟତା ଦାବିରେ ରଣହୁଙ୍କାର ଦେଇଛନ୍ତି । ମାଟି ମାଁର ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଯାଦବ ସମାଜକୁ ଉପଖଣ୍ଡର ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।
ଟିଟିଲାଗଡରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ odiabarta.in