ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବବ୍ୟସ୍ଥା ନେଇ ଅଦାଲତରେ ପିଟିସନ ଦାଖଲ କଲେ ଆଇନଜୀବୀ

ରାୟଗଡ,୨୭/୧୧ : ରାୟଗଡ ଜିଲ୍ଲା କେନ୍ଦ୍ର ସରକାରଙ୍କ ଆକାଂକ୍ଷି ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ରାଜ୍ୟରେ କେବିକେ ଜିଲ୍ଲାର ପଛୁଆ ଜିଲ୍ଲା ରୂପେ ପରିଚିତ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ କୋଟି କାେଟି ଟଙ୍କା ଏହାର ବିକାଶ ପାଇଁ ଅନୁଦାନ ରାଶି ଆସୁଥିଲେ ମଧ୍ୟ ବିପର୍ଯ୍ୟସ୍ତ ଏଠାରେ ସ୍ବାସ୍ଥ୍ୟ ସେବା । ଜିଲ୍ଲାରେ ପାଖାପାଖି ୮ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ବେଳେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ଏଠାରେ ସାତ ସପନ ପାଲଟିଛି । ରାଜ୍ୟ ସରକାର “ମାେ ସରକାର” ଓ ୫-ଟି କାର୍ଯ୍ୟକ୍ରମ ଲାଗୁ କରି ଜନସାଧାରଣଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ସହ ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି । ଅସ୍ଥିସଲ୍ୟ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଆନାସ୍ତେସିଆ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ, ଚର୍ମ ବିଶେଷଜ୍ଞ ଇତ୍ୟାଦି ଡାକ୍ତରଙ୍କ ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଛି । ଯାହା କି ୪୮ ଜଣ ମଞ୍ଜୁରି ଡାକ୍ତର ପଦବୀ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ୨୧ ଜଣ ଡାକ୍ତରଙ୍କୁ ନେଇ ରୋଗୀ ଚିକିତ୍ସା ଚାଲିଛି । ଏଠାରେ ଚିକିତ୍ସା ନିମନ୍ତେ ଆବଶକ୍ୟ ଯନ୍ତ୍ରପାତି ଓ କର୍ମଚାରୀ ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରି ଜିଲ୍ଲାର ବିଭିନ୍ନ ବ୍ଲକର କୋଣ ଅନୁକୋଣରୁ ରୋଗୀମାନେ ଆସି ନାହି ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଚିକିତ୍ସାଳୟର ସଫାସୁତୁରାକୁ ଦେଖି ମାନ୍ୟବର ମୁଖ୍ୟମନ୍ତ୍ତୀ ପ୍ରଶଂସା କରିଥିବା ବେଳେ ଡାକ୍ତରଙ୍କ ଅଭାବ ଯୋଗୁଁ ଡେଙ୍ଗୁ ୱାର୍ଡ,ଭେଷଜ ଓ୍ୱାର୍ଡ ଅଦି ସମେତ ଅନ୍ୟାନ୍ୟ ଓ୍ୱାର୍ଡଗୁଡିକରେ ରୋଗୀମାନେ ସଠିକ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାନ୍ତି । ସେହିପରି ସରକାରଙ୍କ ତରଫରୁ ଆବଶ୍ୟକୀୟ ୧୦୮ ଆମ୍ବୁଲାନ୍ସ ଗାଡି, ରୋଗୀ ପାଇଁ ଶଯ୍ୟା ଅଭାବ ସମସ୍ୟା ପୂରଣ କରାଯାଉ ନ ଥିବାରୁ ଏଥିର ପ୍ରତିକାର ପାଇଁ ରାୟଗଡର ଆଇନଜୀବୀ ଲାବଣ୍ୟ ମୋହନ ପଟନାୟକ ଏକ ପିଏଲଏ ପିଟିସନରେ ଏକ ମକର୍ଦ୍ଦମା ଦାଖଲ କରିଛନ୍ତି ।

Udyog Nursery
Udyogi Nursery

ଏହି ପିଟିସନରେ ପ୍ରତିପକ୍ଷରେ କମିଶନର ତଥା ସଚିବ, ସ୍ୱାସ୍ଥ୍ୟ ବିଭାଗ, ଓଡିଶା, ଜିଲ୍ଲାପାଳ ରାୟଗଡ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାୟଗଡଙ୍କୁ ପତିପକ୍ଷ କରିଛନ୍ତି । ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଖବର ବାହାରି ଥିଲା | ପ୍ରକାଶ ଥାଉ କି ଆଇନଜୀବୀ ଶ୍ରୀ ପଟ୍ଟନାୟକ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୩୨୬ ନମ୍ବର ଜାତୀୟ ରାଜପଥର କୈଳାଶକୋଟା ଘାଟି ରାସ୍ତା ଟେଣ୍ଡର ପାଇଥିବା ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରାସ୍ତା ନିର୍ମାଣ ଶେଷ କରିବାରେ ଅହେତୁକ ବିଳମ୍ବ ଯୋଗୁଁ ଏହି ରାସ୍ତା ଦେଇ ଲୋକଙ୍କୁ ଯାତାୟତ କରିବା କଷ୍ଟକର ହେଉଥିବାରୁ ସଂସ୍ଥା ବିରୋଧରେ ଅଦାଲତରେ ଏକ ପିଆଇଏଲ ପିଟିସନ ଦାଖଲ କରିଥିଲେ । ଯାହାର ପରିଣାମ ସ୍ବରୂପ ଉକ୍ତ ରାସ୍ତାକାମ ଜୋରସୋରରେ ଚାଲିଥିବା ବେଳେ ଆସନ୍ତା ଡିସେମ୍ବର ମାସ ୩୧ତାରିଖ ସୁଦ୍ଧା କାର୍ଯ୍ୟ ନିର୍ମାଣ ଶେଷ କରାଯିବ ବୋଲି ସଂସ୍ଥା ପକ୍ଷରୁ ମାନ୍ୟବର ଅଦାଲତ ପାଖେ ପ୍ରତିଶୃତି ଦିଆଯାଇଛି । ସେହିପରି ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାର ସମସ୍ତ ସଂଗଠନ ପକ୍ଷରୁ ରାୟଗଡ ଠାରେ ଏକ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା ନିମନ୍ତେ ଦାବି ଜୋର ଧରିଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.