ଟିଟିଲାଗଡ ଠାରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ

ଟିଟିଲାଗଡ,୨୭/୧୨:
ଟିଟିଲାଗଡ ଠାରେ ବିଜେଡି ବ୍ଲକ ସଭାପତି ତଥା ପୂର୍ବତନ ବ୍ଲକ ଚେୟାରମାନ୍ ଶ୍ରୀଯୁକ୍ତ ପିତାମ୍ବର ବଗର୍ତ୍ତୀ ଙ୍କ ସଭାପତିତ୍ବରେ ୨୧ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଳକ୍ଷେ ବିଜେଡି ର ଶତାଧିକ କର୍ମୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶୋଭାଯାତ୍ରାରେ ବାହାରି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ ଓ ସେଠାରେ ଶ୍ରୀଯୁକ୍ତ ବଗର୍ତ୍ତୀ ଓ ପୂର୍ବତନ ନଗର ସଭାପତି ଶ୍ରୀଯୁକ୍ତ ଶ୍ୟାମପ୍ରସାଦ ଗରିଆ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ।
ପଥ ପ୍ରାନ୍ତ ସଭା କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ପିତାମ୍ବର ବଗର୍ତ୍ତୀ,ଶ୍ୟାମପ୍ରସାଦ ଗରିଆ,ମନୋଜ ହାତୀ, ରମାନନ୍ଦ ବାଗ, କେଶବ ଆଡଜୁଆଡ୍, ଦିଲିପ ବିଶି,କୁନା ଭାଟି ପ୍ରମୁଖ ତୁଙ୍ଗ ନେତା ମାନେ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ ର ଆଲୋକପାତ କରି ନବୀନ ବାବୁ ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତ ବିଜେଡି କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାର୍ତ୍ତିକ ଛତର, ସୁରେନ୍ଦ୍ର ପୋଢ,ଫକିର ବଗର୍ତ୍ତୀ, ପୃଥୀ ଚିନାଗୁନ, ଗଜେନ୍ଦ୍ର ଛତର,ମୁକୁନ୍ଦ ବାଗ, ଧରମ ସିଂ ବଗର୍ତ୍ତୀ, ଟିକେରାମ ବାଗ,ଗୋକୁଳ ସୁନାନି, ଲବଣ ନାଗ, ସୁଧିର ଘଡେଇ,ଜଗନ୍ନାଥ ସାହୁ ତଥା ବହୁ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.