ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

କଳାହାଣ୍ଡି: ଜାତୀୟ ଯୁବ ଦିବସ ତଥା ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍କୁଲର ସଭାପତି ବ୍ରହ୍ମାନନ୍ଦ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବରେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ସିଂହ, ବିଇଓ ଜଗନ୍ନାଥ ପୁରୋହିତ, ସ୍କୁଲର ଉପଦେଷ୍ଟା ସୁତମ ନାୟକ ଓ ସମାଜସେବୀ ଦୁଷ୍ମନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୪ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ବିବେକଶ୍ରୀ ପୁରଷ୍କାର ପ୍ରଦାନ କରାଯାଇଥିଲା । ସ୍କୁଲର ମୁଖପତ୍ର ‘ସ୍ୱାଭିମାନ’ ଅତିଥିମାନଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା ।

ସ୍କୁଲର ଅଧ୍ୟକ୍ଷ ଶିବରାମ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଶିକ୍ଷକ ଦେବେନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.