କର୍ଲାମୁଣ୍ଡା ବ୍ଲକ ଲୋହରା ସମାଜର ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା, ୧୧/୧୧
କଳାହାଣ୍ଡି ଜିଲ୍ଲା କାର୍ଲ।ମୁଣ୍ଡା ବ୍ଲକ ଲୋହରା ସମାଜର ପ୍ରସ୍ତୁତି ବୈଠକ ଭଟାପଳା ଆମ୍ବ ତୋଟା ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଉପ ସଭାପତି ଲଛମାନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଲୋହରା ସମାଜ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ପରାଭୋଇ , ସମ୍ମାନିତ ଅତିଥି ଭାବେ ଜୟପାଟଣା ବ୍ଲକ ସଭାପତି ବିରବଲ ମାଝୀ , କଲମପୁର ବ୍ଲକ ସଭାପତି ରାଜେନ୍ଦ୍ର ପଥ ଭୋଇ , ଉପ ସଭାପତି ଜୟରାମ ପଥ ଭୋଇ , କେସିଙ୍ଗା ବ୍ଲକ ଉପ ସଭାପତି ଚାୟତ ଲୋହରା , ନର୍ଲା ବ୍ଲକ ଆନନ୍ଦ ଭୋଇ , ରାମପୁର ବ୍ଲକ ସଭାପତି ତ୍ରିନାଥ ମାଝୀ , ମଦନ କବାଡି , ଧର୍ମଗଡ ଉପସଭାପତି ଚତୁର୍ଭୁଜ ଭୋଇ , କାର୍ଲ।ମୁଣ୍ଡା ସମ୍ପାଦକ ଦୁଷ୍ମନ୍ତ ଭୋଇ , ଗରୁଡ଼ ଭୋଇ , ଭୁବନେ ଭୋଇ , ରାମସିଙ୍ଘ ଭୋଇ , ଉଠାନସିଂହ ଭୋଇ , ମଧୁ ଭୋଇ ସମେତ ସମାଜର କାର୍ଯ୍ୟକର୍ତା ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଲୋହରା ସମାଜ ଓଡ଼ିଶା ସରକାରଙ୍କୁ ତିନି ଦଫା ଦାବି ଗତ ତା ୦୩/ ୦୮/ ୨୦୧୮ ରିଖ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ପ୍ରଦାନ କରିଥିଲେ । ସେନେଇ ଆଲୋଚନା ହେବାସହ ଲୋହରା ସମାଜ କୁ ଆଦିବାସୀ ଶ୍ରେଣୀ ଅନ୍ତର୍ଭୁକ୍ତ କରିବା ପାଇଁ ଆଜିର କଯ୍ୟକ୍ରମରେ ବିଷଦ ଭାବେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋହରା ସମାଜର ଶତାଧିକ ଲୋକ ଏକତ୍ରିତ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.