ଫୁଲମତୀ ପାହାଡରେ ଗିରି ଗୋବର୍ଦ୍ଧନ ପୂଜା


 ବଲାଙ୍ଗିର, ୧୧/୧୧ :
ରାଧାକୃଷ୍ଣ ଆଞ୍ଚଳିକ ଯାଦବ ସମାଜ ମାଲିଝର ଶାଖା ଆନୁକୂଲ୍ୟରେ ୨୦ତମ ଗିରିଗୋବର୍ଦ୍ଧନ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ବ୍ଲକ ବାଞ୍ଜିପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଲିଝର ଗାଁର ଫୁଲମତୀ ପାହାଡ ପାଦ ଦେଶରେ ଥିବା ଗିରି ଗୋବର୍ଦ୍ଧନ ମଣ୍ଡପ ଠାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରାଚୀନ ପରଂପରାକୁ ଉଦ୍ଜିବିତ କରିବା ସହ ସାମାଜିକ ଚେତନା , ଭାତୃ ଭାବ , ପ୍ରକୃତି ସଂରକ୍ଷଣର ବାର୍ତା ପ୍ରଦାନ କରିଛି ।ଏହି ଉତ୍ସବର ଅଧିବାସ ଦିନ ସୁଦୁର ତେଲ ନଦୀ ଠାରୁ କଳସ ଶୋଭାଯାତ୍ରା , ତା ପରଦିନ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଓ ରାଧାକୃଷ୍ଣଙ୍କ ପୂଜାର୍ଚନା ଆଧ୍ୟାତ୍ମିକ ପରିବେଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମକରନ୍ଦ ବାଗ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ମଖେ ବାଗ ଯଜ୍ଞ କର୍ତା ଦାଇତ୍ବ ତୁଳାଇ ଥିଲେ । ପୂଜକ ଭାବେ ଫିରୋଜ କୁମାର ଦାଶ ,ସୁବାଷ ଚନ୍ଦ୍ର ଦାଶ,ଅକ୍ଷୟ କୁମାର ମହାପାତ୍ର ଉପସ୍ଥିତ ରହି ଉକ୍ତ ଯଜ୍ଞ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।


ଏହି ବିଶାଳ ସମାରୋହରେ ଅତିଥିଭାବେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ , ବ୍ଲକ ଅଧ୍ୟକ୍ଷା ରମାକାନ୍ତୀ ପୁଟେଲ , ଯୁବ ଯାଦବ ନେତା ରୁଟୁ ବାଗ , ପିତାମ୍ବର ବଗର୍ତି , ମନୋଜ ହାତୀ , ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ଓ ବିଜେପି ନେତା ମହେନ୍ଦ୍ର କୁମାର ଠାକୁର ପ୍ରମୂଖ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାସହ ତାଙ୍କର ଲିଳା ମାଧୁର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
ରାଧା କୃଷ୍ଣ ଆଞ୍ଚଳିକ ଯାଦବ ସମାଜ ମାଲିଝର ଶାଖା ର ସଭାପତି ଦେବ କଟା, ସମ୍ପାଦକ ବିନୋଦ ମହାକୁର , କୋଷାଧ୍ୟକ୍ଷ୍ୟ ରମାକାନ୍ତ ଗହିର, ଉପ ସଭାପତି ଚକ୍ର ବିଶି, ସହ ସମ୍ପାଦକ ଦିନେଶ କୁମାର ନାଗ ପ୍ରମୂଖ ଉପସ୍ଥିତ ଥିବାବେଳେ ଉପଦେଷ୍ଟା ମଣ୍ଡଳୀ ର ଦେବଦାସର ଚନ୍ଦନ, ମୁକୁନ୍ଦ ବାଗ,ଗୋକୁଳ ସୁନାନି, ସୁବଲ ବାଗ, ମୁରଲି ବିଶି,ସୁନାଶିର ଭୋଇ, ପଣ୍ଡୁ ହାତୀ, ପ୍ରଦୀପ ବାଗ ତଥା ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି ଉତ୍ସବ ଦେଖିବାକୁ ହଜାର ହଜାର ଜନ ସମାଗମ ହୋଇଥିଲା ।