ଓଏମସିର ଜନଶୁଣାଣି ପ୍ରସଙ୍ଗ: କୋଡିଙ୍ଗାମାଳି ସୁରକ୍ଷା ମଂଚକୁ ଅଂଶଗ୍ରହଣ କରାଇବା ଓ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବିପତ୍ର

ରାୟଗଡ: ରାୟଗଡ ଓ କୋରାପୁଟ ଜିଲ୍ଳାରେ ଆସନ୍ତା ନଭେମ୍ବର ୨୫ ଓ ଡିସେମ୍ବର ୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ମାଇନିଂ କର୍ପୋରେସନ (ଓଏମସି)ର ଜନଶୁଣାଣୀରେ କୋଡିଙ୍ଗାମାଳି ସୁରକ୍ଷା ମଂଚକୁ ଅଂଶଗ୍ରହଣ କରିବା ପାଇଁ ଏବଂ ସୁରକ୍ଷା ଦୃଷ୍ଟିକୁ ଧ୍ୟାନରେ ରଖି ଲୋକଙ୍କୁ ଭୟଭୀତ ନ କରାଇ ଅଧିକାର ଉପରେ ଆଲୋଚନା କରିବା ସହ ଉକ୍ତ ଦିନ ଉତମ ସୁରକ୍ଷା ବ୍ୟବସ୍ଥା କରାଯାଇ ଅଂଚଳର ହିତ ପାଇଁ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଜିଲ୍ନା ଓ ପୋଲିସ ପ୍ରଶାସନ ସହଯୋଗ କରିବା ପାଇଁ କୋଡିଙ୍ଗାମାଳି ସୁରକ୍ଷା ମଂଚ ତରଫରୁ ରାୟଗଡ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu


ଏହି ଦାବିପତ୍ରରେ କୋଡିଙ୍ଗାମାଳି ସୁରକ୍ଷା ମଂଚର ଗ୍ରାମ କମିଟି ଏବଂ ସୁରକ୍ଷା ମଂଚ ସଂଗଠନ ତରଫରୁ ନଭେମ୍ବର ୨୮ତାରିଖରେ ରାୟଗଡ ଜିଲ୍ଳା କାଶିପୁର ବ୍ଳକ ପୋଡାପୁଡି ଓ ଡିସେମ୍ବର ୨ତାରିଖରେ କୋରାପୁଟ ଜିଲ୍ଳାର ଲକ୍ଷ୍ମୀପୁର ବ୍ଳକ ଓଡିଆପେଣ୍ଠ ଠାରେ ଜନଶୁଣାଣୀ ଅନୁଷ୍ଠିତ ହେବ । କୋଡିଙ୍ଗାମାଳି ଖଣି ଖନନକୁ ନେଇ ବିଗତ ଦିନରେ ଅନେକ ଅବ୍ୟବସ୍ଥା ଜିଲ୍ଳା ଓ ପୋଲିସ ପ୍ରଶାସନ ଦ୍ୱାରା ହୋଇଥିବା ଯୋଗୁଁ ଅପ୍ରତିକର ସମସ୍ୟା ସୃଷ୍ଟି ହୋଇଥିଲା । ତେଣୁ ଆଗାମୀ ଜନଶୁଣାଣୀକୁ ଯଦି ଅଂଚଳବାସୀଙ୍କ ହିତ ଓ ସୁରକ୍ଷା ମଂଚର ଅଭିଯୋଗକୁ ନେଇ ହେଉଛି ତାହା ହେଲେ ମଂଚର ସହଯୋଗ ରହିବ କିନ୍ତୁ ପଲ୍ଳୀସଭା ପୂର୍ବରୁ ଖଣିଖନନ ଓ ପରିବହନ ବନ୍ଦ କରାଯିବା ସହ ବାର୍ଷିକ ୩ମିଲିୟନ ଟନରୁ ୬ମିଲିୟନ ଟନ୍ ଖଣି ଖନନ ସଂପ୍ରାସାରଣ ବିଜ୍ଞାପନରୁ ସଂଶୋଧନ କରି ଏଠାରେ ଗତ ଜାନୁୟାରୀ ୬ରେ ହୋଇଥିବା ଘୋଷଣା ପ୍ରକାରେ ନୂତନ ପ୍ରକଳ୍ପ ପାଇଁ ବାଷିର୍କ ୨ମିଲିୟନ ଉତ୍ପାଦନ କରି ପ୍ରକଳ୍ପ ନିମନ୍ତେ ଜନଶୁଣାଣି କରି ତୁରନ୍ତ ପ୍ରକଳ୍ପ ଆରମ୍ଭ କରିବା ବ୍ୟବସ୍ଥା କରିବା ପାଇଁ ଉଲ୍ଳେଖ ରହିଛି ।

Pearl dental clinic
Near Ashish Medical Store, Bhawanipatna


ଏଥିସହ କୋଡିଙ୍ଗାମାଳି ଖଣି ଖନନ ପୂର୍ବରୁ ୩ମିଲିୟନ ଉତୋଳନ କରିବାର ଜନଶୁଣାଣୀ ନ କରୁଣୁ ୬ମିଲିୟନ ଟନ୍ ଉତ୍ପାଦନ କରିବା ଓଏମସିର ଏକ ସୁ-ସଜ୍ଜିତ ଷଡଯନ୍ତ୍ର ଏବଂ ଏହା ସଂପୂର୍ଣ୍ଣ ଆଇନ ଅନୁସାରେ ସୁରକ୍ଷା ମଂଚ ପକ୍ଷରୁ ବିରୋଧ ହୋଇ ରହିବ ବୋଲି ସୁରକ୍ଷା ମଂଚର ଆବାହକ ସୁଧାକର ବାଗ, ଉପଦେଷ୍ଠା ନାଥୁ ମିଣିଆକା, ଦିବାକର ସାହୁ, ସଭାପତି ପ୍ରଦୀପ କୁମାର ବାଗ, ଉପସଭାପତି ଅରୁଣ ମାଣ୍ଡିଙ୍ଗା, ସଂପାଦକ ବଳରାମ ମାଣ୍ଡିଙ୍ଗା, କୋଷାଧ୍ୟକ୍ଷ ପ୍ରସାଦ ମାଣ୍ଡିଙ୍ଗା, ନକୁଳ ପ୍ରେପିକା, ପ୍ରଦୀପ ବାଗ ପ୍ରମୁଖ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.