ମୃତ ଦାଦନଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କଲେ ଯାଦବ ସମାଜ କାର୍ଯ୍ଯକର୍ତ୍ତା

ବଲାଙ୍ଗିର: ସଇଁନ୍ତଳା ବ୍ଲକ ଜୁରାବନ୍ଧ ପଞ୍ଚାୟତ ନୂଆମୁଣ୍ତାର ସତ୍ଯବାନ ରାଜପଲିଆ (୪୮) ଦାଦନ ଖଟିବା ପାଇଁ ଟ୍ରେନ୍ ଯୋଗେ ହାଇଦ୍ରାବାଦ ଯାଉଥିବା ବେଳେ ଗତ ନଭେମ୍ବର ୧୮ ତାରିଖ କନ୍ନୁର ଷ୍ଟେସନ ପାଖାପାଖି ସମୟରେ ଅସାବଧାନତା ବଶତଃ ଟ୍ରେନ୍ ଉପରୁ ଖସି ପଡି ମ୍ରୁତ୍ଯୁବରଣ କରିଥିଲେ। ବୁଧବାର ରାଜ୍ଯ ଯାଦବ ମହାସଭା ଲିଗାଲ୍ ସେଲ୍ ସଭାପତି ମନୋଜ ହାତୀ, ଜିଲ୍ଲା ପ୍ରବକ୍ତା ଗୌରଚନ୍ଦ୍ର ରାଜପଲିଆ, ଜିଲ୍ଲା ଯୁବ ଯାଦବ ସଭାପତି ଦିଲ୍ଲିପ ରାଜପଲିଆ ପ୍ରମୁଖ ମୃତ ସତ୍ଯବାନଙ୍କ ନୂଆମୁଣ୍ତା ସ୍ଥିତ ବାସଭବନରେ ଫହଞ୍ଚି ପରିବାର ସଦସ୍ଯଙ୍କୁ ସମବେଦନା ଜ୍ଞାପନ କରିଥିଲେ। ସତ୍ଯବାନ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ଯକ୍ତି ଥିଲେ। ତାଙ୍କ ଅବର୍ତ୍ତମାନରେ ସ୍ତ୍ରୀଙ୍କ ସମେତ ଦୁଇ ପୁଅ ଓ ଦୁଇ ଝିଅ ବେସହାରା ହୋଇ ପଡିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସରକାର ରୋଜଗାର ଯୋଗାଇବାରେ ବିଫଳ ହେବାର ଫଳସ୍ବରୂପ ଲୋକେ ଦାଦନ ଯିବାକୁ ବାଧ୍ଯ ହେଉଛନ୍ତି। ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାର ଫଳପ୍ରଦ ପଦକ୍ଷେପ ନିଅନ୍ତୁ। ନଚେତ୍ ଯାଦବ ସମାଜ ତରଫରୁ ବ୍ଯାପକ ଆନ୍ଦୋଳନ କରାଯିବ ବୋଲି ଲିଗାଲ ସେଲ ସଭାପତି ମନୋଜ ହାତୀ ପ୍ରକାଶ କରିଛନ୍ତି। ଏହି ଅବସରରେ ୱାର୍ଡ ସଭ୍ଯ ଉଗ୍ରସେନ ରାଜପଲିଆ, ଦୟାନିଧି ରାଜପଲିଆ, ଦୀପକ ବାଗ, ଭାବଗ୍ରାହୀ ଉଦୁରକୁଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ସତ୍ଯବାନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

Udyog Nursery
Udyogi Nursery

ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.