ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କୁ ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାର

ନୂଆଦିଲ୍ଲୀ: ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ଶ୍ରୀମୟୀ ମା’ ଏ ବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାର ପାଇବ। ଏହାର ମୂଳ ଲେଖକ ବଙ୍ଗଳା ସାହିତ୍ୟର ବିଶିଷ୍ଟ ଲେଖକ ନବ କୁମାର ବସୁ ଏବଂ ଅନୁବାଦିକା ପରିଚିତା ଲେଖିକା ଶ୍ରଦ୍ଧାଞ୍ଜଳି କାନୁନଗୋ।

ଏହା ଏକ ଯୁଗ୍ମ ଉପନ୍ୟାସ ଏବଂ ସାରଦା ଦେବୀଙ୍କ ଜୀବନ ବୃତ୍ତାନ୍ତ ଓ ଜୀବନ ସଂଗ୍ରାମ ଆଧାରିତ। ଓଡ଼ିଶା ସହ କେତେକ ଗୁରୁତ୍ବପୂର୍ଣ୍ଣ ସଂପର୍କ ମଧ୍ୟ ଏଥିରେ ବର୍ଣ୍ଣିତ ହୋଇଛି।

ପ୍ରଥମେ ‘ପୌରୁଷ’ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇବାପରେ ‘ଆମ ଓଡ଼ିଶା’ ପକ୍ଷରୁ ଏହା ପୁସ୍ତକ ରୂପେ ପ୍ରକାଶ ପାଇଥିଲା ଏବଂ ପୁରୀ ରାମକୃଷ୍ଣ ମଠଠାରେ ୨୦୧୬ ଅକ୍ଟୋବର ମାସରେ ଶ୍ରୀରାମକୃଷ୍ଣ ଓ ସାରଦା ଦେବୀଙ୍କୁ ସମର୍ପିତ ହୋଇଥିଲା।

ସେହି ସମର୍ପଣ ଉତ୍ସବରେ ମୂଳ ଲେଖକ ନବକୁମାର ବସୁ ସସ୍ତ୍ରୀକ ଉପସ୍ଥିତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା ବିଶିଷ୍ଟ କବି ହରିହର ମିଶ୍ର ଓ ଶ୍ରୀମନ୍ଦିରର ବରିଷ୍ଠ ସେବକ ରବୀନ୍ଦ୍ରନାଥ ପ୍ରତିହାରୀଙ୍କ ସମେତ ଆହୁରି ଅନେକ ସେହି ଅଣଆନୁଷ୍ଠାନିକ ସମର୍ପଣ ସମାରୋହରେ ଯୋଗ ଦେଇଥିଲେ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ‘ଶ୍ରୀମୟୀ ମା’ ଗତବର୍ଷ ‘ରାଜଧାନୀ ପୁସ୍ତକ ମେଳା ପୁରସ୍କାର’ ପାଇଥିଲା। ଏହା ଭିତରେ ପୁସ୍ତକଟିର ଦ୍ବିତୀୟ ମୁଦ୍ରଣ ହୋଇଛି।

ଏହି ଅନୂଦିତ ପୁସ୍ତକ ବ୍ୟତୀତ ଶ୍ରଦ୍ଧାଞ୍ଜଳିଙ୍କର ‘ରାତି ଶେଷରେ ପ୍ରିୟ ସଖା’ ଶୀର୍ଷକ କବିତା ସଙ୍କଳନ, ‘ପ୍ରିୟ ବାନ୍ଧବ’ ନାମକ ଗଳ୍ପ ପୁସ୍ତକ ଏବଂ ‘ନୀଳନଦୀର ମାୟା’ ନାମରେ ଫିଚର୍ ସଂଗ୍ରହ ରହିଛି।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.