ଆଜି ବେହେରାପାଟି ଠାରେ ଶୁଭାରମ୍ଭ ହେବ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ମୁଖ୍ୟ ଅତିଥି ଭାବେ ଯୋଗଦେବେ ପଦ୍ମଶ୍ରୀ ହଳଧର ନାଗ

କଳାହାଣ୍ଡି, (ନିରଞ୍ଜନ ଗଉଡ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟିସ୍ଥିତ ସମର୍ପଣ କ୍ଷେତ୍ର ଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକ ଭବ୍ୟ ନୂତନ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଆଜି (ମଙ୍ଗଳବାର) ସକାଳ ୮ଘଣ୍ଟାରେ କଳସଯାତ୍ରା ଏବଂ ୯ଟାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଏଥିରେ ସାହିତ୍ୟ ଆଲୋଚନା ହେବ ବୋଲି ଜଣାପଡିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି। ଅନ୍ୟ ପକ୍ଷରେ ଶ୍ରୀରାମ ମନ୍ଦିର ନିର୍ମାଣ ସମିତି ନର୍ଲା ବେହେରାପାଟି ଦ୍ବାରା ଏନେଇ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିସାରିଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଜନସାଧାରଣଙ୍କ ସଦୟ ଉପସ୍ଥିତି କାମନା କରିଛନ୍ତି ଆୟୋଜକ କମିଟି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.