ନବନିର୍ମିତ ଯାଦବ ଭବନ ପରିଦର୍ଶନ କଲେ ପଦ୍ମଶ୍ରୀ ହଳଧର ନାଗ

କଳାହାଣ୍ଡି, (ନିରଞ୍ଜନ ଗଉଡ): ନର୍ଲା ଠାରେ ନିର୍ମାଣଧୀନ ଯାଦବ ଭବନ ପରିଦର୍ଶନ କରିଛନ୍ତି ପ୍ରଖ୍ୟାତ ଲୋକକବି ପଦ୍ମଶ୍ରୀ ହଳଧର ନାଗ। ଆଜି (ମଙ୍ଗଳବାର) ପୂର୍ବାହ୍ନ ୧୦.୩୦ଟାରେ ସେ ନର୍ଲା ଯାଦବ ଭବନ ଠାରେ ପଦାର୍ପଣ କରି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବାସହ ଯାଦବ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶ୍ବର ଅନ୍ୟତମ ପୁରାତନ ତଥା ସମୃଦ୍ଧ ଜାତି ଭାବେ ଖ୍ୟାତ ଯାଦୁ ବଂଶଜ ଆଜି ମଧ୍ୟ ସମାଜିକ ଐକ୍ୟ ଓ ସଂହତିକୁ ବଜାୟ ରଖିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଳଟିବ ବୋଲି ପଦ୍ମଶ୍ରୀ ହଳଧର ନାଗ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ନର୍ଲା ଯାଦବ ସମିତି ପକ୍ଷରୁ ପଦ୍ମଶ୍ରୀ ନାଗଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Udyog Nursery
Udyogi Nursery

ଏଥିରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଦୁର୍ଲ୍ଲଭ ମାହାର, ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, ଯାଦବ ଭବନ ନିର୍ମାଣ କମିଟି ସଭାପତି ତ୍ରିଲୋଚନ ନାଏକଙ୍କ ସମେତ ବରିଷ୍ଠ ଯାଦବ ନେତୃତ୍ୱ ଗିରିଧାରୀ ଗଉଡ, ମଧୁସୂଦନ ରାଉତ, ଲକ୍ଷ୍ମଣ ବାଗ, ପଦ୍ମଲୋଚନ ଜାଲ, ମାର୍କଣ୍ଡ ଜାଲ, ପ୍ରହଲ୍ଲାଦ ହଂସ, ସୁଧୀର ନାଏକଙ୍କ ସହ ଅନେକ ଯାଦବ ନେତୃବୃନ୍ଦ ଉପସ୍ଥିତ ଥିଲେ।


ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲା ବ୍ଲକ ଯାଦବ ସମିତି ଆନୁକୁଲ୍ୟରେ ନିର୍ମିତ ହେଉଥିବା ଏହି ଯାଦବ ଭବନ ନିର୍ମାଣ ପାଇଁ ସମାଜସେବୀ ପଦ୍ମଲୋଚନ ଜାଲଙ୍କ ପିତା ଖଗେଶ୍ବର ଜାଲ ଏବଂ ମାତା ସ୍ଵର୍ଗତ ରାଧିକା ଜାଲ ଜମିଦାନ କରିଛନ୍ତି। ଆଜି ପଦ୍ମଶ୍ରୀ ହଳଧର ନାଗ ଏହି ଭବନ ପରିଦର୍ଶନ କରିଥିବାରୁ ନର୍ଲା ବ୍ଲକ ତଥା କଳାହାଣ୍ଡି ଜିଲ୍ଲାର ଯାଦବମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.