ରୁପ୍ରାରୋଡରେ ଚାଲିଛି ବେନିୟମ ଗୁଟଖା କାରବାର, ପ୍ରବଳ ଟିକସ ଫାଙ୍କି ଅଭିଯୋଗ: ବିକ୍ରିକର ବିଭାଗ ତେବେ କରୁଛି କ’ଣ?

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବେନିୟମ ଗୁଟଖା କାରବାର ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ, ଖାଦ୍ୟ ନିରାପତ୍ତା ବିଭାଗ ଓ ବିକ୍ରି କର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ଅନେକ ସ୍ଥାନରେ ବ୍ୟବସାୟୀମାନେ ବିକ୍ରୀ କର ଫାଙ୍କି ଅଭିଯୋଗରେ ତଣ୍ଡ ଗଣୁଛନ୍ତି। ଗୁଟଖା, ସିଗାରେଟ ପରି ଦ୍ରବ୍ୟ ପାଇଁ ‘କୋଟପାା’ ପରି ସ୍ବତନ୍ତ୍ର ଆଇନ ରହିଛି। ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରୁପ୍ରାରୋଡ ବସ୍ତିରେ ସବୁ ନିୟମ କାନୁନକୁ ଆଖିଠାର ମରାଯାଉଛି। ଏଠାରେ ବର୍ଷ ବର୍ଷ ଧରି ବେନିୟମ କାରବାର ଚାଲିଥିବାବେଳେ କିପରି ପ୍ରଶାସନ ଓ ବିକ୍ରି କର ବିଭାଗ ନଜରରେ ଆସୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଟିକସ ଫାଙ୍କି ସହ କୃତ୍ରିମ ଅଭାବ ସୃଷ୍ଟି କରି ମାଲାମାଲ ସଫଳ ଗୁଟଖାର ହୋଲସେଲର!

ରୁପ୍ରାରୋଡ ବସ୍ତିର ଏକମାତ୍ର ‘ସଫଳ ଗୁଟଖା’ ହୋଲସେଲର ପ୍ରବଳ ଟିକସ ଫାଙ୍କି କରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ବେନିୟମ କାରବାରର ଏହି ଡନ୍ ପ୍ରତିଦିନ କଳାହାଣ୍ଡି ଓ ବଲାଙ୍ଗୀର ଓ ପଡ଼ୋଶୀ ଜିଲ୍ଲାର ବିଭିନ୍ନ ସ୍ଥାନକୁ ସଫଳ ଗୁଟଖା ଓ ଏଥିରେ ବ୍ୟବହୃତ ହେଉଥିବା ପତି (KP Black Leble premium Chewing tabacco) ପଠାଇଥାନ୍ତି। ଏହି ସଫଳ ଗୁଟଖା କେତେବେଳେ ଗାଜିଆବାଦ  କେତେବେଳେ ବିଳାସପୁର ତ ଅନ୍ୟ ସ୍ଥାନ ମାନଙ୍କରୁ ଆସୁଥିବା ଆଲୋଚନା ହେଉଛି। ଯାହା ଉତ୍ପାଦର ଗୁଣବତ୍ତାକୁ ନେଇ ସାଧାରଣରେ ସଂଦେହ ସୃଷ୍ଟି ହେଉଛି। ସମୟ ସମୟରେ ବାହାରୁ ମାଲ୍ ଆସିନାହିଁ ବୋଲି ଜନରବ କରିବାସହ ସେ ସଫଳ ଗୁଟଖାର ଦାମ ବଢାଇ ଦେଇଥାନ୍ତି, ତେବେ ଏହି ହୋଲସେଲରଙ୍କ ଗୋଦାମରେ ମାଲ ଭରପୁର ହୋଇ ରହିଥାଏ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି। ଏହି ସମୟରେ ଗୁଟଖା ବ୍ୟବହାରକାରୀମାନେ ଚଢାଦରରେ ସଫଳ କିଣିବାକୁ ବାଧ୍ୟ ହୋଇଥାନ୍ତି। ଲକଡାଉନର ମଉକାରେ ଏହି ହୋଲସେଲର ଜଣକ କୋଟି କୋଟି ଟଙ୍କାର ଗୁଟଖା କାରବାର କରିଥିବା ସ୍ଥାନୀୟ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି। ଯେତେବେଳେ ବିକ୍ରିକର ବିଭାଗ ରୁପ୍ରାରୋଡକୁ ଆସିଥାନ୍ତି, ସେତେବେଳେ ଏହି ସଫଳ ଗୁଟଖା ହୋଲସେଲରଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥାଏ। ଯଦି ସେ ଟିକସ ଫାଙ୍କି କିମ୍ବା କୌଣସି ବେନିୟମ କାର୍ଯ୍ୟ କରୁନାହାନ୍ତି ତେବେ କାହିଁକି ସେଲଟେକ୍ସ ବିଭାଗ ଆସିଲେ ଦୋକାନର କବାଟ କିଳି ବସୁଛନ୍ତି ବୋଲି ଜନତା ସିଧା ପ୍ରଶ୍ନ ପଚାରିଛନ୍ତି। ଅନ୍ୟ ପକ୍ଷରେ ବିକ୍ରି କର ବିଭାଗ ରୁପ୍ରାରୋଡକୁ ଆସିବା ପୂର୍ବରୁ ଏହି ହୋଲସେଲର କିପରି ଖବର ପାଇଥାନ୍ତି, ଏହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଏହା ସ୍ପଷ୍ଟ ହେଉଛି ଯେ, ବିକ୍ରିକର ବିଭାଗର କିଛି ତଳିଆ କର୍ମଚାରୀମାନଙ୍କ ସହ ଏହି ହୋଲସେଲର ଏବଂ ରୁପ୍ରାରୋଡର କିଛି ବ୍ୟବସାୟୀଙ୍କ ଭିତିରି ସଂପର୍କ ରହିଛି, ତେଣୁ ସେହି କର୍ମଚାରୀମାନେ ହୁଏତ ପରୋକ୍ଷ କିମ୍ବା ପ୍ରତକ୍ଷ ଭାବରେ ସୂଚନା ପ୍ରଦାନ କରିଥାନ୍ତି।

Udyog Nursery
Udyogi Nursery

ପରଦା ପଛର ନାୟକ କିଏ?

ରୁପ୍ରାରୋଡର ଏହି ସଫଳ ଗୁଟଖା ହୋଲସେଲର ପ୍ରବଳ ଟିକସ ଫାଙ୍କି ସହ କୃତ୍ରିମ ଅଭାବ ସୃଷ୍ଟି କରି ମାଲାମାଲ ହେଉଥିବାବେଳେ ଏହାଙ୍କ ପଛରେ କାହାର ହାତ ଅଛି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରାୟ ସମୟରେ ଚର୍ଚ୍ଚା ଲାଗି ରହିଥାଏ। ଏହି ହୋଲସେଲରଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ କିପରି ବିକ୍ରି କର, ଖାଦ୍ୟ ନିରାପତ୍ତା ବିଭାଗ, ଆୟ କର ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି ପଡୁନାହିଁ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଲୋଚନା ହୁଏ ଏହି ବ୍ୟବସାୟୀଙ୍କ କାରବାର ପଛରେ ରୁପ୍ରାରୋଡ ଅଞ୍ଚଳର ଜଣେ ନାମଜାଦା ଓକିଲ ଏବଂ କିଛି ଅସାଧୁ ସରକାରୀ କର୍ମଚାରୀ ମାନଙ୍କ ହାତ ରହିଛି, ଯାହା ଫଳରେ ସେ ବେଧଡକ ଭାବେ ନିଜ କଳା ବ୍ୟୈବସାୟୀକ ସାମ୍ରାଜ୍ୟ ବୃଦ୍ଧି କରି ଚାଲିଛନ୍ତି। ଏମାନଙ୍କ ଛତ୍ରଛାୟାରେ ରହି ସଫଳ ଗୁଟଖାର ଏହି ହୋଲସେଲର ସମସ୍ତ ନିତି ନିୟମକୁ ବେଖାତିର କରି ଚାଲିଥିବା ଅଭିଯୋଗ ହୋଇଥାଏ।

ପ୍ରଶାସନିର ନାକତଲେ ଚାଲିଛି ବେନିୟମ କାରବାର, ଧରପଗଡ ପାଇଁ ଦାବି କଲେ ସଚେତନ ନାଗରିକ

ଟିକସ ଫାଙ୍କି ଏକ ଗ୍ରହିତ ଅପରାଧ, ଏହା ଦେଶପାଇଁ ଆଦ୍ୟୈ ଶୁଭଙ୍କର ନୁହଁ। ଖୁଟଖା, ସିଗାରେଟ ପରି ଦ୍ରବ୍ୟର ଖୁଲମଖୁଲା ବେପାର ପ୍ରଶାସନିର ନାକ ତଳେ ଚାଲିଥିବାବେଳେ ଯୁବାବର୍ଗ ପଥଭ୍ରଷ୍ଟ ହେଉଛନ୍ତି, ଏସବୁ ଜାଣିବାପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କାହିଁକି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏହାସହ ଏପରି ଅସାଧୁ ବ୍ୟବସାୟୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାସହ ପ୍ରଶାସନ ଧରପଗଡ ଯୋରଦାର କରିବା ପାଇଁ ଦାବି କରିଛନ୍ତି ସଚେତନ ନାଗରିକ।

ଅନ୍ୟାନ୍ୟ ସହରରେ ଚାଲିଛି ବିକ୍ରିକର, ଆୟକର ଏବଂ ପୋଲିସ ବିଭାଗର ମିଳିତ ଚଢଉ, ରୁପ୍ରାରୋଡରେ କାହିଁକି ନୁହଁ?

ଗତ କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କରେ ଚଢ଼ାଉ ହୋଇଥିଲା। ପୂର୍ବରୁ ରୁପ୍ରାରୋଡର ଜଣେ ବ୍ୟବସାୟୀଙ୍କ ନର୍ଲା ସ୍ଥିତ ଦୋକାନରେ ଅଚାନକ ଚଢ଼ାଉ କରି ବିକ୍ରିକର ବିଭାଗ ବିପୁଳ ପରିମାଣରେ ସଫଳ ଗୁଟଖା ଓ ସିଗାରେଟ ଜବତ କରିଥିଲା। ଏଥିରେ ମଧ୍ୟ ପ୍ରବଳ ଟିକସ ଫାଙ୍କି ହେଉଥିବା ନଜରକୁ ଆସିଥିଲା। ତେବେ ରୁପ୍ରାରୋଡର ଏହି ସଫଳ ଗୁଟଖା ହୋଲସେଲରଙ୍କ ଅନିତି ସମ୍ଵନ୍ଧରେ ଓଡ଼ିଆ ବାର୍ତ୍ତା ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ତିବ୍ର ଜନ ଅସନ୍ତୋଷ ସତ୍ତ୍ବେ କାହିଁକି ପ୍ରଶାସନ ନିଦାବିଷ୍ଣୁ ପାଳଟିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟର ବିଭିନ୍ନ ସ୍ଥାନ ଏପରିକି ପଡୋଶୀ ରାୟଗଡ଼ା ଜିଲ୍ଲାରେ ବିକ୍ରି କର, ଖାଦ୍ୟ ନିରାପତ୍ତା ବିଭାଗ, ଆୟକର, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର ମିଳିତ ଚଢାଉ ଚାଲି ବେନିୟମ କାରବାରର ମୂଳୋତ୍ପାଟନ କରୁଥିବାବେଳେ ରୁପ୍ରାରୋଡ ବସ୍ତିରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୁନ୍। ତେଣୁ ସରକାରୀ ନିୟମ କାନୁନକୁ ଖୋଳା ଉଲ୍ଲଂଘନ କରୁଥିବା ଏହି ହୋଲସେଲରଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ାଉ ହେଲେ ସବୁ ଗୁମର ଫିଟି ଯାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.