କବିତା ମହାନ୍ତିଙ୍କ କବିତା : ମୋ ଓଡିଆ ଭାଷା

ଭାଷା ଭାରତୀର ଆରଧନା ପାଇଁ
ସଜାଇଛି ପୂଜା ଥାଳି
ମୋ ଓଡିଆ ଭାଷା ଅଟେ ମାତୃରୂପା
ଚରଣ ଦେବି ପଖାଳି ।

ଶଦ୍ଦ ଅଳଙ୍କାରେ ବିଭୂଷିତା ମାଆ
ଅନୁପମ ରୂପ ଶୋଭା
ମଧୁର ବସନ୍ତେ ମଧୁକଣ୍ଠ ବୋଲି
ବଚନିକା ସୁଧା ଆଭା ।

ସୁପୁତ୍ର ସୁକନ୍ୟା ଜନମି ତା’ କୋଳେ
ନବ ରତ୍ନେ ଭରି ଭାଷା
ଗଳ୍ପ ଉପନ୍ୟାସ କବିତା ପ୍ରବନ୍ଧ
ବିଭବେ ପୂରିଛି ଆଶା ।

ଶଦ୍ଦ ରେ ଗୁନ୍ଥା ଭାଷାକୋଷର ମଣି
ଗଢ଼ୁ ନିତି ମୁକ୍ତାହାର
ଭାଷା ଭାରତୀର ଗଳାରେ ଲମ୍ବାଇ
ଫୁଟାଉ ଶୋଭା ସ୍ବର୍ଗର ।

ଉତ୍କଳ ପ୍ରଦେଶ ଭାଷା କୁସୁମରେ
ଆଶାରେ ଦେବା ସଜାଇ
ଭାଷାର ମଳୟ ବହୁ ମୋର ରାଜ୍ଯେ
ପ୍ରତି ପ୍ରାଣ ଯାଉ ଛୁଇଁବ ।

କବିତା ମହାନ୍ତି

ପ୍ରଧାନ ଶିକ୍ଷୟିତ୍ରୀ ସାଇଲୋଝାରପଡା ଉପ୍ରାବିଦ୍ଯାଳୟ କଣ୍ଟାପଡା, କଟକ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.