ପଢନା ଲିଖନାର ବାର୍ତ୍ତା ଦେଲା ପଥପ୍ରାନ୍ତ ନାଟକ ‘ଉକିଆ’

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସମାଜରେ ପ୍ରତ୍ୟେକ ବ୍ୟକ୍ତି ସାକ୍ଷର ହେବାର ଆବଶ୍ୟକତା ଅଛି । ନିରକ୍ଷର ଲୋକର ଜୀବନ କେବେ ବି ସହଜ-ସୁଗମ ନୁହେଁ । ତେବେ ପଢ଼ା ଲେଖା ଶିଖିବା ଦ୍ୱାରା ଜିଇଁବାର ଦିଶା ଉନ୍ନତ ହୋଇଥାଏ । ଏହି ବାର୍ତ୍ତା ଦେଇଛି ପଥପ୍ରାନ୍ତ ନାଟକ ‘ଉକିଆ’ । ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନ ପକ୍ଷରୁ ବ୍ଲକର ୩୬ଟି ଗ୍ରାମ ପଞ୍ଚାୟତରେ ଏହି ନାଟକ ମଂଚସ୍ଥ ହୋଇସାରିଛି । ଗତ ମଙ୍ଗଳବାରରୁ ଚାରିଦିନ ଧରି ପରିଚାଳିତ ହେଉଥିବା ପଢ଼ନା ଲିଖନା ଅଭିଯାନ କାର୍ଯ୍ୟକ୍ରମରେ ସଚେତନତା ରଥ ଗଡ଼ିବା ସହ ନାଟକ ପରିବେଷିତ ହେଉଥିଲା । ଅଟ୍ଟାଙ୍ଗଗୁଡା ଗ୍ରାମରୁ ଶୁଭାରମ୍ଭ ହୋଇ ସାରା ବ୍ଲକ ପରିଭ୍ରମଣ ପରେ ଇଚ୍ଛାପୁର ଗାଁ ଠାରେ ଉଦଯାପିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଭବାନୀପାଟଣା ବିଇଓ, ଏବିଇଓ ଜୟକୁମାର ମାଝୀ, ଏବିଇଓ ହୃଷିକେଶ ନାଏକ, ସିଆରସିସି ବିଶ୍ୱଜିତ ରାଏ, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବସୁମତୀ ସାହୁ, ବିଦ୍ୟାଳୟ କମିଟି ସଭାପତି ଶୂନ୍ୟ ମଙ୍ଗରାଜ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ନାଟକ ‘ଉକିଆ’ ପ୍ରଦର୍ଶିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଶିକ୍ଷକ ବିରଞ୍ଚି ମୁଣ୍ଡ ଓ ଡିଲେଶ୍ବର ରଣାଙ୍କ ରଚିତ-ନିର୍ଦ୍ଦେଶିତ ଏହି ନାଟକରେ ଡିଲେଶ୍ବର ରଣା, ବିରଞ୍ଚି ମୁଣ୍ଡ, ତ୍ରିନାଥଶ୍ୟାମ କୁମାର, ଧନଞ୍ଜୟ ସାହୁ ଅଭିନୟ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.