କାଏଁଶ୍ ଫୁଲ୍ ପତ୍ରିକା ଓ ଶ୍ୟାମା ବଲ୍ଲଭ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର

ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ପବିତ୍ର ହୋଲି ଅବସରରେ ବଲାଙ୍ଗୀର ଆଗଲପୁର ସ୍ଥିତ ପୁଡାପଦରର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ଶ୍ୟାମାବଲ୍ଲଭ ସାହିତ୍ୟି ସଂସଦ ପକ୍ଷରୁ କୋରାପୁଟର ଅଧ୍ୟାପକ ତଥା ତ୍ରିନାଥ ପଟ୍ଟନାୟକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଅଛି । ପବିତ୍ର ହୋଲି ଅବସରରେ କାଏଁଶ୍ ଫୁଲ୍ ପତ୍ରିକା ତଥା ଅନୁଷ୍ଠାନ ପକ୍ଷରୁ ଏକ କବିତା ଆସର ଶୀର୍ଷକ ‘ଆରେ ବଉଲ ରଙ୍ଗ ଖେଲମା’ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ଓଡିଶା ତଥା ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ପ୍ରତିଯୋଗୀଙ୍କ ମଧ୍ୟରେ ବରଗଡରୁ ପଦ୍ମାଲୟା ଦାଶ, କୋରାପୁଟରୁ ତ୍ରିନାଥ ପଟ୍ଟନାୟକ, ବୌଦ୍ଧରୁ କରୁଣାକର ଘଣ୍ଟୁଆଲ,ବରଗଡରୁ ଧର୍ମେନ୍ଦ୍ର ପ୍ରଧାନ, ନରୋତ୍ତମ ଦାଶ, ଆଖଣ୍ତଳ ଦାଶ, ଜୟ ପ୍ରଧାନ, ବଲାଙ୍ଗୀରରୁ ତ୍ରିନାଥ ଦାଶ, ହୀରାଧର ଗହୀର ଓ ବିଜୟ କୁମାର ତାଣ୍ତୀ, ବରଗଡରୁ ବ୍ରୁନ୍ଦାବନ ପ୍ରଧାନ, ବରଗଡରୁ ବଲରାମ ମହାନନ୍ଦ ପ୍ରମୁଖ ଭାଗ ନେଇଥିଲେ । ଏହି କବିତା ପ୍ରତିଯୋଗୀତାରେ ବିଜୟୀ ପ୍ରତିଯୋଗୀଙ୍କ ମଧ୍ୟରେ ବରଗଡରୁ କବୟିତ୍ରୀ ପଦ୍ମାଲୟା ଦାଶ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କୋରାପୁଟର ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ଦ୍ଵିତୀୟ ସ୍ଥାନ ଅଧିକାର ଏବଂ ବୌଦ୍ଧରୁ କବି କରୁଣାକର ଘଣ୍ଟୁଆଲ ତୃତୀୟ ସ୍ଥାନ ଅଧିକାର କରିଥିବା ଦେଖିବାକୁ ମିଳିଅଛି ଏବଂ ଅନ୍ୟ ବିଜେତା ପ୍ରତିଯୋଗୀଙ୍କୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଅଛି । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ନାଟ୍ୟମହର୍ଷି ଭରତ ଧରୁଆ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଆଭାସୀ ଜରିଆରେ ସମ୍ମାନ ପତ୍ର ଦେଇ ସମ୍ମାନିତ କରିବା ସହ ଅଭିନନ୍ଦନ ଜଣାଇଅଛନ୍ତି । ତେବେ ଏହି ଅବସରରେ କୋରାପୁଟ ଜିଲ୍ଲାର ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ (ଷ୍ଟେନୋ) କେ. ଦିଲ୍ଲୀପ କୁମାର ଯୋଗ ଦେଇ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଏହି ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.