ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହି ଅଞ୍ଚଳରେ ସ୍ଥାନୀୟ କ୍ରୀଡା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ ରହିଛି । କ୍ରୀଡା ପ୍ରତି ସ୍ଥାନୀୟ ପ୍ରତିଭାଙ୍କୁ ଉତ୍ସାହିତ କରିବା ସକାଶେ ଏହା ମାର୍ଚ୍ଚ ୨୧ରୁ ୨୪ ପର୍ଯ୍ୟନ୍ତ ଯୋଗିପାରିତୁଣ୍ଡାସ୍ଥିତ ଯୋଗୀ ସନ୍ନ୍ୟାସୀ ୟୁଥ୍‍ କ୍ଲବ ସହିତ ମିଳିତ ଭାବରେ ଏକ ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା । ଖଣି ପାରିପାର୍ଶ୍ବିକ ୧୫ଟି ଗ୍ରାମରୁ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଟୁର୍ଣ୍ଣମେଣ୍ଟକୁ ଶ୍ରୀ ତପନ ମାହାଲି, ଆଇଆଇସି, ଅଣ୍ଡିରାକଞ୍ଚ ଥାନା, ଅନ୍ୟ ଗୋଷ୍ଠୀ ନେତୃବୃନ୍ଦଙ୍କ ସହିତ ମିଶି ଉଦ୍‍ଘାଟନ କରିଥିଲେ । ଫାଇନାଲ୍‍ ମ୍ୟାଚ ପାଇକକୂପଖାଲ ଏବଂ ଅଣ୍ଡିରାକଞ୍ଚ ଦଳ ମଧ୍ୟରେ ଖେଳାଯାଇଥିଲା ଏବଂ ସେଥିରେ ପାଇକକୂପଖାଲ ଦଳ ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଥିବାବେଳେ ଅଣ୍ଡିରାକଞ୍ଚ ରନର୍ସ ଅପ୍‍ ହୋଇଥିଲା । ଶ୍ରୀ ଏସ ଏନ ଆଲେନୁର୍‍, ଜିଲ୍ଲା କ୍ରୀଡା ଅଧିକାରୀ, ରାୟଗଡା ଫାଇନାଲ୍‍ ମ୍ୟାଚ୍‍ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ରନର୍ସ ଅପ୍‍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ କ୍ରୀଡାକୁ ପ୍ରୋତ୍ସାହିତ କରିବା ଦିଗରେ ଉତ୍କଳ ଆଲୁମିନାର ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।

Udyog Nursery
Udyogi Nursery

ଖେଳାଳିମାନେ ସେମାନଙ୍କ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଉତ୍ସାହିତ କରି କହିଥିଲେ ଯେ ସମ୍ପ୍ରତି କ୍ରୀଡା ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ଏବଂ ଏକ ସମୃଦ୍ଧ କ୍ୟାରିୟର ଗଠନ ନିମନ୍ତେ ଏଥିରେ ବହୁବିଧ ସୁଯୋଗ ରହିଛି । ଉତ୍କଳ ଆଲୁମିନାର ଏହିଭଳି ପଦକ୍ଷେପ ଗୁଡିକ ନିଶ୍ଚିତ ଭାବରେ କମ୍ପାନୀ ଏବଂ ଯୁବଗୋଷ୍ଠୀଙ୍କ ମଧ୍ୟରେ ସୁଦୃଢ କରିପାରିଥିବା ସେଠାରେ ଉପସ୍ଥିତ ଦର୍ଶକମାନେ ମତ ଦେଇଥିଲେ । ଉତ୍କଳ ଆଲୁମିନାର ଟିମ୍‍ ସିଏସଆର ଏହି କ୍ରୀଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.