ସିନାପାଲି ଓକିଲ ସଂଘ ନିର୍ବାଚନ: କ୍ଷିରସିନ୍ଧୁ ମେହେର ସଭାପତି, ସୁବ୍ରତ ମେହେର ସମ୍ପାଦକ ମନୋନୀତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ଓକିଲ ସଂଘର ନିର୍ବାଚନୀ ବୈଠକ ସିନାପାଲି ଜେଏମଏଫସି କୋର୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ କ୍ଷିରସିନ୍ଧୁ ମେହେର ବିଜୟୀ ହୋଇଛନ୍ତି । ସେହିପରି ଉପ ସଭାପତି ଭାବେ ବାଣୀ ବଲ୍ଲଭ ପାଣିଗ୍ରାହୀ, ସମ୍ପାଦକ ସୁବ୍ରତ ମେହେର, ସହ ସମ୍ପାଦକ ଗଣେଶ ଚନ୍ଦ୍ର ମେହେର, କୋଷାଧ୍ୟକ୍ଷ ଗୁଣ ସାଗର ମେହେର, ମନୋନୀତ ହୋଇଛନ୍ତି । ଏହାସହ କାର୍ଯ୍ୟକାରିଣୀ ସଦସ୍ଯ ଭାବେ ଦୁର୍ଗାପ୍ରସାଦ ସୁନାରି, ଜ୍ୟୋତିପ୍ରକାଶ ମେହେର, ଜଗବନ୍ଧୁ ମେହେର, କୁଞ୍ଜ ବିହାରୀ ଯୋଶୀ, ସଂଜୟ କୁମାର ବେହେରାଙ୍କୁ ମନୋନୀତ ହୋଇଛନ୍ତି । ଉକ୍ତ ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଓକିଲ ହରେଶ କୁମାର ଜୈନ ଦାୟିତ୍ୱ ନିର୍ବାହ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.