• ଜୀବନକୁ ସହଜ କରିବା ଦରକାର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ମାଓପ୍ରବଣ ଇଲାକା ଉର୍ଲାଦାନୀ ପଞ୍ଚାୟତରେ ଥିବା ବି/୬୪ ବାଟାଲିଅନ ତରଫରୁ କମାଣ୍ଡେଣ୍ଟ ବିପ୍ଲବ ସରକାରଙ୍କ ନେତୃତ୍ୱରେ ସେକେଣ୍ଟ କମାଣ୍ଡେଣ୍ଟ ଅଧିକାରୀ ଅମର ସିଂ ଙ୍କ ଅଧ୍ୟକ୍ଷତାରେ ଜନସଂପର୍କ ଶିବିିର ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ଶ୍ରୀ ସିଂ ମାଓପ୍ରବଣ ଇଲାକାରେ ରହୁଥିବା ନିରୀହ ଆଦିବାସୀମାନେ ନିଜ ଜୀବନକୁ ସହଜ କରି ଜୀଇଁବା ଉଚିତ ବୋଲି କହିଥିଲେ ।
ଏଥିସହିତ ପୋଲିସ ଏବଂ ସୁରକ୍ଷା ବାହିନୀ ସାଧାରଣ ଲୋକଙ୍କ ସେବା କରିବାକୁ ରହିିଛି, ଯେତେବେଳେ ଯାହା ଅସୁବିଧା ଆମର ଦୃଷ୍ଟି ଆକର୍ଷଣ କରିବା ଉଚିତ ବୋଲି କହିଥିଲେ । ଟିଟିପଟ୍ଟା, ପିପଲପଦର, ବୁଡ଼ୁଙ୍ଗ, କୁସୁମଡ଼ିଙ୍ଗି, ଖଇରମାଲ, ଧୋବାମୁଣ୍ଡା ଗ୍ରାମରେ ପ୍ରାୟ ୮୫ଜଣଙ୍କୁ ସୋଲାର ଲାଇଟ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମ.ରାମପୁର ଥାନା ଏଏସଆଇ ଅରୁଣ ବାତରିଆ ଯୋଗଦେଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀ ସହଯୋଗ କରିଥିଲେ ।