କନ୍ଦରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ୍

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ରଙ୍କ ପୌରୋହିତ୍ୟରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଉକ୍ତ ସଭାରେ ତାଲିମ ଶିବିର ମୁଖ୍ୟ ସଂଯୋଜିକା ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟ ଅନ୍ୟତମ ସଂଯୋଜକ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ ଅଲେଖ ଚନ୍ଦ୍ର ସାହୁ ଅଧ୍ୟକ୍ଷକଙ୍କ ସହ ମଞ୍ଚାସୀନ ଥିଲେ । ଏଥିସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରି ଓ ଏକାଦଶ ଶ୍ରେଣୀର ଛାତ୍ରୀ ମାନେ ବହୁଳ ପରିମାଣରେ ଉପସ୍ଥିତ ଥିଲେ। ସଭାରେ ସମ୍ମାନୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାପାତ୍ର କଲେଜ ତରଫରୁ ପ୍ରିଶିକ୍ଷଣ ନେଉଥିବା ଛାତ୍ରୀ ମାନକୁ ନିର୍ଦ୍ଧିଷ୍ଟ ତାଲିମ ପୋଷାକ ଦେବାପାଇଁ ଆଶ୍ୱାସନା ଦେଇଥିଲେ । ପରେ ଉପସ୍ଥିତ ମାଷ୍ଟର ଟ୍ରେନର ଭଗ୍ୟଲକ୍ଷ୍ମି ପରିଡ଼ା ବାଳିକାମାନଙ୍କୁ ତାଲିମ କୌଶଳ ଶିଖାଇଥିଲେ । ଏହି ପ୍ରକ୍ରିୟା କ୍ରମାଗତ ଆଠଦିନ ଧରି ଚାଲି ଅପ୍ରିଲି ୫ ତାରିଖରେ ସମାପ୍ତ ହେବବୋଲି ମୁଖ୍ୟ ସଂଯାଜିକା ଶ୍ରୀମତୀ ରାଉତରାୟ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈଦନାଥ ପଣ୍ଡା, ବିଜୟ ସାହୁ, ହରି ଗୋଛାୟତ, ସଂଗ୍ରାମ ବେହେରା ଓ ଅଧ୍ୟାପକ ଏସ. ଚକ୍ରବର୍ତ୍ତୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.