ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

ଅକ୍ଟୋବରରେ ସଂଘର ମହାସଭା ଚୂଡାନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଭବାନୀପାଟଣା ନକଟିଗୁଡା ସ୍ଥିତ ବାଲାଜି ସାଂସ୍କୃତିକ ଅନୁଷ୍ଠାନ ଠାରେ ‘କଳାହାଣ୍ଡି ଏବଂ ଟିଟିଲାଗଡ଼ ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ’ କାର୍ଯ୍ୟକାରିଣୀ କର୍ମକର୍ତ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ତୁଳସୀ ରାମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ସଂଘର ସାଧାରଣ ସମ୍ପାଦକ ଥବିର ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଶେଷଦେବ ସାହୁ, ଅଡ଼ିଟର ଗୋପାଳ ଚନ୍ଦ୍ର ସାହୁ, ଭୁବନେଶ୍ୱର ସାହୁ, କୁବେର ସାହୁ ଓ ଆଞ୍ଚଳିକ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସଂଘର ସଭାପତି ସ୍ବର୍ଗତଃ ଦୟାନିଧି ସାହୁଙ୍କ ସ୍ମୁତି ଚାରଣ କରାଯାଇଥିଲା । ଆସନ୍ତା ଅକ୍ଟୋବର ୨୧, ୨୨ ଓ ୨୩ ତାରିଖରେ ଲଡୁଗାଁ ଠାରେ ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର ମହାସଭା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ଚୌଧୁରୀଙ୍କୁ ଅସ୍ଥାୟୀ ସଭାପତି ଭାବେ ମନୋନୀତ କରାଯାଇଥିଲା । ଭବାନୀପାଟଣା ଠାରେ ସଂଘର ଭବନ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଓ ସଭ୍ୟ ସଂଗ୍ରହ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଦିବଙ୍ଗତ ସଭାପତିଙ୍କ ସୁପତ୍ର ସଂଜୀବ ସାହୁ ବାପାଙ୍କ ସ୍ମୁତି ଉଦ୍ଦେଶ୍ୟରେ ସଂଘର ଭବନ ପାଇଁ ଏକ କୋଠରୀ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି ବୈଠକରେ ମହାସଭା ଆୟୋଜନ କମିଟିର ସଭାପତି ବ୍ୟୋମକେଶ ସାହୁ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ଭବାନୀପାଟଣା ଆଞ୍ଚଳିକ କମିଟିର ସଭାପତି ଅନିରୁଦ୍ଧ ସାହୁ, ନର୍ଲା ବ୍ଲକ ସଭାପତି ନରେନ୍ଦ୍ର ସାହୁ, ମଦନପୁର ରାମପୁର ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କୋକସରା ବ୍ଲକ ସଭାପତି ହେମନ୍ତ ସାହୁ, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ସଭାପତି ବିଦ୍ୟାଧର ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ନିଲାମ୍ବର ବେହେରା, ଜୟପାଟଣା ବ୍ଲକ ସଭାପତି ତରଣୀ ସାହୁ, କଲମପୁର ସଭାପତି ଗଣେଶ ସାହୁ, ବଙ୍ଗୋମୁଣ୍ଡା ସଭାପତି ରାଜରାମ ବେହେରା, ଟିଟିଲାଗଡ଼ ସମ୍ପାଦକ ଦିଗାମ୍ବର ବେହେରା ଓ ଆଞ୍ଚଳିକ କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.