ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ରାଜ୍ୟର ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ମଞ୍ଚଜ୍ୟୋତି ଏବଂ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ତରଫରୁ କଳକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ବିଶ୍ଵ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନସ ଭବନ ସଭାପତି ସି.ଏଚ. ସନ୍ତୋଷ କୁମାର ସୁବୁଦ୍ଧି, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭାପତି କେ. ବଳରାମ ଦାସ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ରାଜସ୍ବ ସହାୟକ ଅଶ୍ଵିନୀ କୁମାର ବେହେରା, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଏବଂ ମଞ୍ଚଜ୍ୟୋତି ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ ଅତିଥି ଭାବରେ ଯୋଗଦେଇ ନାଟ୍ୟ ଦିବସ କଳାକାର ମାନଙ୍କ ଭିତରେ ସଂହତି ରକ୍ଷା କରିବା ସହ ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହେଉ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ଦ୍ବୟ ତରଫରୁ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ଶରତ ଚନ୍ଦ୍ର ସ୍ୱାଇଁ, ନାଟ୍ୟ ଗୁରୁ ସନାତନ ନାୟକ, ଜି. ସୁନା ରାଓ ଦୋରା, କେ. ପର୍ଶୁରାମ ଦୋରା, ହିନ ବେହେରା, ରବି ପଟ୍ଟନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ହରିଶ୍ଚନ୍ଦ୍ର ଦାସ ଏବଂ ଗୁରୁ ପ୍ରସାଦ ରାଓ ଙ୍କ ଛାତ୍ରୀ ମାନେ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭରେ ମଞ୍ଚଜ୍ୟୋତି ସମ୍ପାଦକ ନୃତ୍ୟଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ କଳା କେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମପୁର ସହରରେ ଏହି କାର୍ଯ୍ୟକ୍ରମ ବିଶେଷ ପ୍ରଭାବିତ କରିଥିବା ଦର୍ଶକ ମହଲରୁ ପ୍ରକାଶ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ରାମ ପ୍ରସାଦ ସାବତ, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ମହେନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ, ସଞ୍ଜୟ କୁମାର ବିଷୋୟୀ, ନୀଳାମ୍ବର ସାହୁ, ଶ୍ରୁତି ସ୍ଵାଧୀନା ସାବତ, ଉମାମଣି ସାବତ, ସୁମତି ସାହୁ ପ୍ରମୁଖ ସହଯୋଗ କରିଥିଲେ ।