ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶାନ୍ତିକୁଞ୍ଜ ଗାୟତ୍ରୀ ପୀଠରେ ସର୍ବଭାରତୀୟ ସାହିତ୍ଯ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଗାୟତ୍ରୀ ପୀଠ ଶାନ୍ତିକୁଞ୍ଜ ଓଡିଶା ପ୍ରଭାରୀ ଶେଷଦେବ ଘଡେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମାଟିଲଗ୍ନା ସାହିତ୍ଯ ସଂସଦର ରାଷ୍ଟ୍ରୀୟ ସଂଯୋଜକ ବିନୟ କୁମାର ଦଣ୍ଡସେନା ସୁବର୍ଣ୍ଣପୁର ସ୍ବାଗତ ଭାଷଣ ଓ ସମୀର ମହାପାତ୍ର ପରିଚୟ ପ୍ରଦାନ କରିଥିଲେ । ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଏଥିରେ ସଭାପତିତ୍ବ କରିଥିଲାବେଳେ ବସନ୍ତ କୁମାର ପଣ୍ଡା ଉତ୍ତାରାଖଣ୍ଡ ମୂଖ୍ଯବକ୍ତା, ବୈଦନାଥ ମହାନ୍ତି-ଦିଲ୍ଲୀ ସମ୍ମାନୀତ ଅତିଥି, ନୀଳକଣ୍ଠ ଭରଦ୍ବାଜ ଗାୟତ୍ରୀ ପରିବାର ହରିଦ୍ବାର (ଅନୁବାଦକ ଇଂରାଜୀ ଓ ହିନ୍ଦିରୁ ଓଡିଆ ଭାଷାକୁ) ସମ୍ମାନୀତ ଅତିଥି, ଅଶୋକ କୁମାର ଦାଶ, ହରିଦ୍ବାର ଅତିଥି ଭାବରେ ଯୋଗଦାନ କରିଥିଲେ । କିଶୋର ଚନ୍ଦ୍ର ତ୍ରିପାଠୀ ସଭା ପରିଚାଳନା କରିଥିଲେ ।
ସଭା ପ୍ରାରମ୍ଭରେ ଗାୟତ୍ରୀ ସଂଗଠନ ତରଫରୁ ଭଜନ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ଓଡିଶାର ବରଗଡରୁ ସତ୍ଯବତୀ ଜେନା, ପଦ୍ମିନୀ ମହାନ୍ତି, ସୁବର୍ଣ୍ଣ ପଣ୍ଡା, ସୋନପୁରର ପ୍ରସନ୍ନ କୁମାର ମେହେର ମେହେର, କୋରାପୁଟରୁ ପ୍ରତିମା ମହାରଣା, ଖୋର୍ଦ୍ଧାରୁ ଜନରଂଜନ ପଧାନ, ଗଞ୍ଜାମରୁ ସୁବାଷ ଚନ୍ଦ୍ର ତାରିଣୀ, ଏମାନଙ୍କ ସହ ଉତ୍ତରାଖଣ୍ଡ, ଦିଲ୍ଲୀ, ଓଡିଶା ସହ ଋଷିକେଶ ଓ ଉତ୍ତରାଖଣ୍ଡରୁ ଶତାଧିକ କବି କବୟତ୍ରୀ ଯୋଗଦାନ କରି ସମ୍ମାନ ପତ୍ର ଗ୍ରହଣ କରିଥିଲେ । ଶେଷରେ କିଶୋର ଚନ୍ଦ୍ର ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡିର ଦୁଇଜଣ ପ୍ରତିଭାବାନ କବି କିଶୋର ଚନ୍ଦ୍ର ତ୍ରିପାଠୀ ଏବଂ ସମୀର କୁମାର ମହାପାତ୍ରଙ୍କୁ ମାଟିଲଗ୍ନା ସାହିତ୍ଯ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ମାଟିଲଗ୍ନା କଳିଙ୍ଗ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା ।