ରାୟଗଡା ଏଲ୍ଆଇସି ଅଫିସରେ ଧର୍ମଘଟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସର୍ବଭାରତୀୟ ଓ ରାଜ୍ୟ ସ୍ତରୀୟ ଗଣ ସଂଗଠନ ମାନଙ୍କ ଆହ୍ୱାନ କ୍ରମେ ଆଜି ମାର୍ଚ୍ଚ ୨୮ ତାରିଖରେ ସଂଘଟିତ ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟରେ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ରାୟଗଡା ବେସ୍ ୟୁନିଟର ଶତ ପ୍ରତିଶତ ସଦସ୍ୟଙ୍କ ସକ୍ରିୟ ଯୋଗଦାନ ଫଳରେ ସ୍ଥାନୀୟ କସ୍ତୁରୀ ନଗରସ୍ଥିତ ଏଲ୍ଆଇସି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ବେସ୍ ୟୁନିଟ୍ ସଭାନେତ୍ରୀ ଆରତି ପାତ୍ର ଓ ସମ୍ପାଦକ ଆଦିତ୍ୟ ପ୍ରସାଦ ରଥ ଓ ଅନ୍ୟ କର୍ମକର୍ତ୍ତା ମାନଙ୍କ ନେତୃତ୍ୱରେ ଆୟୋଜିତ ଗେଟ୍ ମିଟିଂରେ ବ୍ରହ୍ମପୁର ଡିଭିଜନ ବୀମା କର୍ମଚାରୀ ସଂଘର ଉପସଭାପତି ଏଭି ଶେଷଗିରି ଯୋଗ ଦେଇ ଆଜି ଓ ଆଗାମୀ କାଲି ହେବାକୁ ଥିବା ଏହି ଧର୍ମଘଟରେ ଲାଭପ୍ରଦ ଏଲ୍ଆଇସିର ଅଂଶଧନ ବିକ୍ରି ମାଧ୍ୟମରେ ସରକାର କିଭଳି ଦେଶ ବିରୋଧୀ ପଦକ୍ଷେପ ନେଉଛନ୍ତି ବର୍ଣ୍ଣନା କରିବା ସହ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀଙ୍କ ଘରୋଇ କରଣକୁ ତୀବ୍ର ସମାଲୋଚନା କରିଥିଲେ । ରାଷ୍ଟ୍ର ଓ ଜନଗଣଙ୍କ ସେବାରେ ଲାଗିଥିବା ରାଷ୍ଟ୍ରାୟତ୍ତ ଶିଳ୍ପଙ୍କ ଅଯଥା ଘରୋଇକରଣ ଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନ ବିରୋଧୀ ବୋଲି କହି ଏ ନେଇ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସେ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମବେତ ବୀମା କର୍ମଚାରୀ ମାନେ ଏଜେଣ୍ଟ ଓ ପଲିସି ଧାରୀଙ୍କ ସମେତ ଦେଶ ଓ ଜନଗଣଙ୍କ ଜାଗ୍ରତ ପ୍ରହରୀ ଭାବେ ଆଜି ଏହି ଭ୍ରାନ୍ତ ନୀତି ବିରୁଦ୍ଧରେ ଆନ୍ଦୋଳନ ରତ ବୋଲି ଅନ୍ୟ ବକ୍ତା ମାନେ ମତବ୍ୟକ୍ତ କରିବା ସହ ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର, କୃଷକଙ୍କୁ ଉଚିତ ମୂଲ୍ୟ ତଥା ବେଲଗାମ୍ ଦରବୃଦ୍ଧି ବନ୍ଦ କରିବା ଆଦି ବିଭିନ୍ନ ଦାବୀ ସମ୍ବଳିତ ସ୍ଲୋଗାନ ମାନ ପ୍ରଦାନ କରିଥିଲେ ।ସମର୍ଥନ କାରୀ କର୍ମଚାରୀଙ୍କ ସହ ଏଲ୍ଆଇସି ଉନ୍ନୟନ ଅଧିକାରୀ ସଂଘ ପକ୍ଷରୁ ଉନ୍ନୟନ ଅଧିକାରୀ ଗୋବିନ୍ଦ ପ୍ରସାଦ ରଥ, ଶାନ୍ତନୁ ଖଟେଇ ଏଲ୍ଆଇସି ଏଜେଣ୍ଟ ସଂଘ ପକ୍ଷରୁ ପ୍ରଶାନ୍ତ ରାଉତ, ଡି ପି ବାବୁ , କଳାକାର ରାଉତ, ଟି ଭି ଏନ ଆର ଆପାରାଓ ପ୍ରମୁଖ ଏହି ଆୟୋଜନରେ ନୈତିକ ସମର୍ଥନ ପ୍ରଦାନ ପୂର୍ବକ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.