ଚିତ୍ରରେଖା ସ୍କୁଲରେ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଶିବାହାଲ ସ୍ଥିତ ଚିତ୍ରରେଖା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ‘ବିଦ୍ୟାଳୟ ଉନ୍ନତି କରଣ ଓ ସମ୍ବର୍ଦ୍ଧନା ସଭା’ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ମୋଟେର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ପୁଝାରି, କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳୀ ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ନାଏବ ସରପଞ୍ଚ କାଦମ୍ବିନୀ ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହି ଅବସରରେ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଜନ ପ୍ରତିନିଧିଙ୍କୁ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃପାସିନ୍ଧୁ ନାଏକ ଦୃଷ୍ଟି ଆକର୍ଷଣ କରିଥିଲେ । ଚିତ୍ରରେଖା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଡାଲିମ୍ବ ନାଏକ, ସମାଜସେବୀ ପ୍ରଭାକର ବେହେରା, ବରିଷ୍ଠ ନାଗରିକ ନୀଳକଣ୍ଠ ମାଝୀ, ଗାଁ କଲ୍ୟାଣ ସମିତି ସଭାପତି କିଶୋର ଚନ୍ଦ୍ର ନାଏକ, ଭୁବେନେଶ୍ୱର ନିଆଲ, ମଣିଭଦ୍ର ପଣ୍ଡା, ମାର୍କଣ୍ଡ ବେମାଲ ସମେତ ସ୍କୁଲ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.