ମହିଳା ଜୁନିୟର ବିଶ୍ୱକପ ହକି: ନେଦରଲାଣ୍ଡଠାରୁ ସେମିରେ ହାରିଲା ଭାରତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ:  ମହିଳା ଜୁନିୟର ବିଶ୍ୱକପ ହକିରେ ଭାରତର ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ଭାରତ ୦-୩ ଗୋଲରେ ନେଦରଲାଣ୍ଡଠାରୁ ପରାଜିତ ହୋଇଛି । ବିଜୟୀ ଦଳ ପକ୍ଷରୁ ଟେସା ବିଟସ୍ମା, ଲୁନା ଫୋକକେ ଓ ଜିପ ଡିକେ ଗୋଲ ସ୍କୋର କରିଥିଲେ । ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାକୁ ବଜାୟ ରଖିବାରେ ସଫଳ ହୋଇ ନ ଥିଲା । ମୁମତାଜ ଖାଁ ଓ ସଲିମା ଟେଟେ ଗୋଲ ସୁଯୋଗ ହାତଛଡା କରିଥିଲେ । ଏହା ପରେ ନେଦରଲାଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ସହ ଭାରତକୁ କୌଣସି ସୁଯୋଗ ଦେଇ ନ ଥିଲା । ଏଥିସହ ଦଳ ୪ର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ବିଶ୍ୱକପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ବ୍ରୋଞ୍ଜ ପଦକ ରହିଛି । ଏଥର ଏହି ସଫଳତା ହାସଲ କରିପାରୁଛି କି ନାହିଁ ସେଥିପ୍ରତି ନଜର ରହିବ । ଭାରତୀୟ ଖେଳାଳି ୩ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡା କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.