କଳାହାଣ୍ଡି ଲୋକସଭା କ୍ଷେତ୍ରର ସଂଚାର ବିଭାଗ ସଦସ୍ୟ ହେଲେ ଦୃଷ୍ଟି ମାଝୀ

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ [ରାହୁଲ]): କଳାହାଣ୍ଡି ଲୋକସଭା କ୍ଷେତ୍ରର ସଂଚାର ବିଭାଗ (Department of telecommunications, PHP section)ର ସଦସ୍ୟ ଭାବେ ନୂଆପଡା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଦୃଷ୍ଟି ମାଝୀଙ୍କୁ ମନୋନୀତ କରାଯାଇଛି। ଭାରତ ସରକାରଙ୍କ ସଂଚାର ମନ୍ତ୍ରାଳୟ ପକ୍ଷ ରୁ ଏ ନେଇ ଲିଖିତ ଭାବେ ଏକ ଚିଠି ରହିଛି। ତେବେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଦୃଷ୍ଟି ମାଝୀଙ୍କୁ ପି.ଏଚ.ପି ସେକସନ ସଦସ୍ୟ ମନୋନୀତ କରିଥିବାରୁ ନୂଆପଡା ବିଜେପି ତଥା ଶ୍ରୀ ମାଝୀଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏ ନେଇ ଶ୍ରୀ ମାଝୀ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତ ସଂଚାର ବିଭାଗ ଭାରତ ସରକାର ଏବଂ ମାନ୍ୟବର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.