ଡିଗିରାପଡ଼ାରେ କଳସ ଯାତ୍ରା : ୧୪ରୁ ଆରମ୍ଭ ହେବ ୧୬ ପ୍ରହର ନାମ ଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଡିଗିରାପଡାରେ ୧୬ ପ୍ରହର ନାମଯଜ୍ଞ ପାଇଁ ଆଜି ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି ଭବ୍ୟ କଳସ ଯାତ୍ରା । ଏଥିରେ ଡିଗିରାପଡା ତଥା ଆଖପାଖର ଶତାଧିକ ମହିଳା ଓ ପୁରୁଷ ଭକ୍ତ ସାମିଲ ହୋଇଥିଲେ । ସାନ୍ଦୁଲ ନଦୀରୁ ଡିଗିରାପଡ଼ା ଅସ୍ଥାୟୀ ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ କଳସ ନେଇଆସି ଶ୍ରଦ୍ଧାଳୁ ଭକ୍ତମାନେ କଳସ ସ୍ଥାପନା କରିଥିଲେ । ଆଜି ଅଧିବାସ କାର୍ଯ୍ୟକ୍ରମ । ଆସନ୍ତା କାଲି ଶନିବାର ସକାଳ ୭.୧୫ ସମୟରେ ନାମ ଆରମ୍ଭ ହେବ ବୋଲି ପରିଚାଳନା କମିଟି ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ପ୍ରଥମ କରି ଡିଗିରାପଡାରେ ଅନୁଷ୍ଠିତ ହେବାକୁ ଯାଉଛି ୧୬ ପ୍ରହର ନାମଯଜ୍ଞ । ଏହାକୁ ନେଇ ପଡାବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି । ୧୬ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଭାବରେ ମଣ୍ଡପ ସାଜସଜ୍ଜା ହୋଇସାରିଛି । ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ । ୧୬ ତାରିଖ ସକାଳ ୭.୧୫ ସମୟରେ ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି । ପୂର୍ଣ୍ଣାହୂତି ପରେ ଦଧିହାଣ୍ଡିର ନଗର ପରିକ୍ରମା ଓ ଏହାପରେ ଦଧିହାଣ୍ଡି ଭାଙ୍ଗିବା ପ୍ରକ୍ରୀୟା ଚାଲିବ ବୋଲି କମିଟି ସୂତ୍ରରୁ ଜଣାପଡିଛି । ଡିଗିରାପଡା ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଋଷି ପଧାନ, ଉପସଭାପତି ଭାବରେ ଗୋବିନ୍ଦ ବଚ୍ଛା, ସାଧାରଣ ସମ୍ପାଦକ ଭାବରେ କୃଷ୍ଣଚନ୍ଦ୍ର ମିର୍ଦ୍ଧା, ଯୁଗ୍ମ ସଂପାଦକ ଭାବରେ ଜୟସେନ ସ୍ୱାଇଁ, କୋଷାଧ୍ୟକ୍ଷ ଭାବରେ ଲଖପତି ପଧାନ ପ୍ରମୁଖ ରହିଥିବା ଜଣାପଡିଛି । ଋକ୍ମୁଣୀ ରଣା ଓ ମଧୁ ରଣା ଦମ୍ପତି ଯଜ୍ଞ କର୍ତ୍ତା ଦାଇତ୍ୱରେ ରହିଥିବା ବେଳେ କୁସୁମପଡାର ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ସମ୍ପାଦନ କରିବେ । ଏଥିରେ ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ଡିଗିରାପଡା, ବେହେରାପାଟି ଓ ସର୍ଗିଗୁଡାର ତିନିଗୋଟି ସଂକୀର୍ତ୍ତନ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନାମଯଜ୍ଞ ପାଇଁ ନିମନ୍ତ୍ରଣ କରାଯାଇଥିବା ସୂଚନାରୁ ଜଣାପଡିଛି । ଡିଗିରାପଡାର ସମସ୍ତ ଯୁବ ଗୋଷ୍ଠି ଓ ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.