ଓଡ଼ିଆ ବାର୍ତ୍ତା ପ୍ରଭାବ
ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବିଦ୍ୟାପୀଠ ପଶ୍ଚାତ ଭାଗରେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମର କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି । ଏଥିରେ ନିମ୍ନମାନର କାମ ଓ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ ଅଞ୍ଚଳବାସୀ । ଏହାସହ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ନିର୍ମାଣଧୀନ ଶ୍ରେଣୀ ଗୃହ କାର୍ଯ୍ୟର ବିବରଣୀ ସମ୍ବଳିତ ଖବର ମଇ ୧୩ ଶୁକ୍ରବାର ଦିନ ‘ଓଡ଼ିଆ ବାର୍ତ୍ତା’ରେ “ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର କୋଠା ନିର୍ମାଣ କାର୍ଯ୍ୟ, ନିମ୍ନମାନର କାର୍ଯ୍ୟ ନେଇ ଅସନ୍ତୋଷ ଅଞ୍ଚଳବାସୀ” ଶିର୍ଷକ ଖବର ପ୍ରକାଶ ପାଇଥିଲା । ଖବର ପ୍ରଶାରଣ ପରେ ସେହି ଶୁକ୍ରବାର ଦିନ ହିଁ ବିଭାଗୀୟ ଏସଡ଼ିଓ ଭଗବାନ ସାହୁ ଏବଂ କନିଷ୍ଠ ଯନ୍ତ୍ରୀ ବିଷୁ ପ୍ରସାଦ କର ଉଭୟ କାର୍ଯ୍ୟ ସ୍ଥଳରେ ପହଁଞ୍ଚି ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି । ଠିକାଦାରଙ୍କ କର୍ମଚାରୀ ମାନଙ୍କୁ ଠିକ ଭାବେ କାମ କରିବାପାଇଁ ପରାମର୍ଶ ଦେବାସହ ଅଳ୍ପ ଦିନ ଭିତରେ ସୂଚନା ଫଳକ ଉଭୟ କାର୍ଯ୍ୟରେ ଲଗାଯିବ ବୋଲି ଏସଡ଼ିଓ ପ୍ରକାଶ କରିଛନ୍ତି । ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ୬.୮୮ କୋଟି ବ୍ୟୟ ଅଟକଳ ନିର୍ମାଣ ହେବ ଏବଂ କେସିଙ୍ଗା ମହାବିଦ୍ୟାଳୟର ଶ୍ରେଣୀ ଗୃହ ୧.୬୬କୋଟି ବ୍ୟୟ ଅଟକଳ ନିର୍ମାଣ ହେବ ବୋଲି ଏସଡ଼ିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।