ରୋଗୀ ସେବାରେ ଉତ୍ସର୍ଗୀକୃତ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନି

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକର ରାଜୁପୁଟ ପଞ୍ଚାୟତ ସାନବଡେଙ୍ଗା ଗ୍ରାମର ହରି ଦାସ ଦୀର୍ଘ ୨୫ ଦିନ ହେଲାଣି କୋରାପୁଟ ମେଡିକାଲ ଠାରେ ଚିକିତ୍ସାଧିନ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରୋଗୀ ହରି ଦାସଙ୍କୁ ବି-ପଜିଟିଭ ରକ୍ତର ଆବଶ୍ୟକତା ରହିଥିଲା । ଆଜି ତାଙ୍କର ଅପେରସନ ହେବା ଖବର ଶୁଣି ରାଜପୁଟ ସରପଞ୍ଚ ପିତାମ୍ବର କିର୍ସାନି ଅଞ୍ଚଳର ୨ଜଣ ବି-ପଜିଟିଭ ବ୍ୟକ୍ତିଙ୍କୁ ଧରି କୋରାପୁଟ ମେଡିକାଲରେ ପହଂଚିଥିଲେ । କିନ୍ତୁ ଆଜି ଉକ୍ତ ରୋଗୀଙ୍କ ଅପେରସନ ୨ ରୁ ୩ ଦିନ ପରେ ରକ୍ତଚାପ ନର୍ମାଲ୍ ହେଲେ ଯାଇ କରାଯିବ ବୋଲି ଡାକ୍ତରଙ୍କ ପ୍ରତିକ୍ରିୟା ମିଳିବା ପରେ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ସରପଞ୍ଚ ରାଜୁପୁଟ ତଥା ସମାଜସେବୀ ଶ୍ରୀ କିର୍ସାନି । ଏହା ପୂର୍ବରୁ ମଧ୍ୟ ସେ ଅନେକବାର ରୋଗୀଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ତଥା ନିଜ ଅଂଚଳର ବିକାଶ ପାଇଁ ପଦକ୍ଷେପ ନେଇ ଅଞ୍ଚଳବାସୀଙ୍କ ପାଇଁ ଏକ ଉଦାହରଣ ପାଲଟିଥିବା ଦୃଷ୍ଟିଗୋଚର ହୋଇଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.