ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପୁରୁଣା ରେଞ୍ଜ ଅଫିସ ଛକ ଠାରେ ସମଲେଇ ସେନା ପଶ୍ଚିମ ଓଡ଼ିଶା ତରଫରୁ ଜଳଛତ୍ର ଉଦଘାଟନ ହୋଇଯାଇଛି। ଗ୍ରୀଷ୍ମ ଋତୁରେ ବଢ଼ି ଚାଲିଥିବା ଖରାତାତିକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ପାଇଁ ଏହି ଜଳଛତ୍ର କରିଥିବା ଜଣାପଡିଛି। ଏହି ଅବସରରେ ପଶ୍ଚିମ ଓଡ଼ିଶା ସଭାପତି ସୁରେନ୍ଦ୍ର କୁମାର, ପ୍ରଦିପ ଧିଣ୍ଡିଆ ହର, ହେମନ୍ତ ମେହେର, ଅନୁପ ମେହେର, ରିଣ୍ଟୁ ପ୍ରମୁଖ ଉପସ୍ଥିତ ଥିଲେ।