ଡମ୍ବରୁଧର ବେହେରା ପାଇଲେ ବ୍ରହ୍ମପୁର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ-୨୦୨୨

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆଠାରେ ମଇ ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି “ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ – ୨୦୨୨” । ଏହି ଅବସରରେ ଶିକ୍ଷକ ତଥା କବି ଡମ୍ବରୁଧର ବେହେରାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ “ବ୍ରହ୍ମପୁର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ”ରେ ସମ୍ମାନିତ କରାଯାଇଛି ‌। ମହୋତ୍ସବର ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ସମ୍ମାନିତ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଶ୍ରୀ ବେହେରାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଶ୍ରୀଯୁକ୍ତ ବେହେରା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମ ବଡ଼ସାହିର ସ୍ବର୍ଗତ ଲକ୍ଷ୍ମନାରାୟଣ ବେହେରା ଓ ପାର୍ବତୀ ବେହେରାଙ୍କ ସୁପୁତ୍ର । ସେ ଦୀର୍ଘ ବର୍ଷଧରି ଭାରତ ସରକାରଙ୍କ ଜବାହାର ନବୋଦୟ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ଭାବେ କାର୍ଯ୍ୟରତ । ଏହାସହ ଜଣେ କବି ଓ ସୁଲେଖକ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ତାଙ୍କର କବିତା ଓ ଆଲେଖ୍ୟ ଗୁଡିକ ବିଭିନ୍ନ ଓଡ଼ିଆ ଦୈନିକ ଖବର କାଗଜ, ସାପ୍ତାହିକ ତଥା ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଅଛି । ଓଡିଆ ସାହିତ୍ୟ ପ୍ରତି ତାଙ୍କର ସମର୍ପିତ ଭାବକୁ ସମ୍ମାନ ଜଣାଇ ଆୟୋଜକ କମିଟି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

ସମ୍ମାନୀତ ହେବାପରେ ଶ୍ରୀ ବେହେରା ଏହି ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ଼, ସମ୍ପାଦକ ଗୋପାଳ ପଟ୍ଟନାୟକ, ସଂଚାଳକ ତଥା ପରିଚାଳକ ମିହିର ତ୍ରିପାଠୀଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି । ଏତତ ବ୍ୟତୀତ ନିକଟ ଅତୀତରେ ଶ୍ରୀ ବେହେରାଙ୍କୁ ବ୍ରହ୍ମବେତ୍ତା ସାହିତ୍ୟ ସଂସ୍ଥାନ ଡୁଡୁକା, ବଲାଙ୍ଗୀର ତରଫରୁ “ଜାଜ୍ଵଲ୍ୟମାନ ଜ୍ୟୋତିଷ୍କ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏଥିପାଇଁ ତାଙ୍କ ଜନ୍ମଭୂମି ସୁରଳ ଏବଂ କର୍ମଭୂମି ପାରଳାଖେମୁଣ୍ଡିର ସାଙ୍ଗସାଥୀ, ସହକର୍ମୀ, ବନ୍ଧୁ ପରିଜନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ ବେହାରାଙ୍କ ପାଖକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.