ବିଶ୍ୱର ସବର୍ବୃହତ କୋଠା ର୍ନିମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୫୦,୦୦୦ କୋଟି ଡଲାର ନିବେଶରେ ନିକମ୍ ନାମକ ପ୍ରକଳ୍ପ ଅଧିନରେ ସାଉଦି ଆରବଠାରେ ନିର୍ମିତ ହେବାକୁ ଯାଉଛି ବିଶ୍ୱର ସବର୍ବୃହତ କୋଠା । ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ତାହା ହେଉଛି ମାନସ ସନ୍ତାନ ଯେଉଁଥିରେ ୧,୬୪୦ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ନଭଶ୍ଚୁମ୍ଭୀ ଅଟ୍ଟାଳିକା ରହିବ ଓ ଏହା ଡଜନ ମାଇଲ ଦୂର ପର୍ଯ୍ୟନ୍ତ ବ୍ୟାପିବ । ଏହି ଅଟ୍ଟାଳିକାଗୁଡ଼ିକରେ ଆବାସିକ, ରିଟେଲ ଓ ଅଫିସ ଆଦିର ବ୍ୟବସ୍ଥା କରାଯିବ । ଲୋହିତ ସାଗର ଉପକୂଳରୁ ମରୁଭୂମି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ବ୍ୟାପିବ ଯେଉଁଠାରେ ଏବେ ଜନବସତି ବହୁତ କମ୍‌ ରହିଛି । ଅଧ ମାଇଲ ପର୍ଯ୍ୟନ୍ତ ଲମ୍ବା ନମୁନା ଉପରେ କାମ କରିବାକୁ ଡିଜାଇନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ମୂଳ ଯୋଜନା ଅନୁସାରେ କାମ ହେବ ତେବେ ଗୋଟିଏ ଲେଖାଏଁ ଢାଞ୍ଚା ବିଶ୍ୱର ବର୍ତ୍ତମାନ ସବୁଠୁ ବଡ଼ କୋଠାଠାରୁ ମଧ୍ୟ ବଡ଼ ହେବ । ୨୦୧୭ରେ ନିଓମ୍‌ ପ୍ରକଳ୍ପ ଘୋଷଣା କରାଯାଇଥିଲା । ତେବେ ବର୍ତ୍ତମାନ ବିଶ୍ୱର ସବୁଠୁ ବଡ଼ କୋଠା ହେଉଛି ଦୁବାଇର ବୁର୍ଜ ଖଲିଫା । ପ୍ରିନ୍ସ ସଲ୍ମାନଙ୍କ ପୂର୍ବରୁ ସାଉଦି ପ୍ରିନ୍ସ ଅଲୱାଲିଦ ବିନ୍‌ ତଲାଲ ଜେଦାହ ସହରରେ ବିଶ୍ୱର ସବୁଠୁ ବଡ଼ କୋଠା ନିର୍ମାଣ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଏବେ ତାହା ଅଧପନ୍ତରିଆ ହୋଇପଡ଼ି ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.