ଇପିଏଫ୍ ପେନସନ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ପ୍ରେରଣ

ଓଡ଼ିଆ ବାର୍ତ୍ତା/ କଟକ: ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍, କଟକ ଜିଲ୍ଲା କମିଟି ପକ୍ଷରୁ ୪୨ମୌଜା ସଙ୍ଗଠନ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଇପିଏଫ୍ ପେନସନ ସର୍ବନିମ୍ନ ମାସିକ ୯ହଜାର ପ୍ରଦାନ ସହ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତି ଆଧାରରେ ବର୍ଦ୍ଧିତ ପେନସନ ଦେବା ଓ ସମସ୍ତ ଇପିଏଫ୍ ପେନସନ୍ ଭୋଗୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ୍ କରିବା ଆଦି ୩ଦଫା ସମ୍ମିଳିତ ଦାବୀ ଜଣାଇ ବେଣ୍ଟକାର ପୋଷ୍ଟ ଅଫିସ୍ ଜରିଆରେ ଦୁଇଶହ ହାତଲେଖା ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟିର ଯୁଗ୍ମ ସମ୍ପାଦକ ବୁଲେଇ ବେହେରା, ଜିଲ୍ଲା କମିଟି ସଦସ୍ୟ ଭଜ କୃଷ୍ଣ ଲେଙ୍କା, ଗୋଲଖ ବିହାରୀ ପତି, ଉମେଶ ସ୍ବାଇଁ, ଅଜିତ କୁମାର ନାୟକ, ଅଲେଖ ନାୟକ, ଦେବେନ୍ଦ୍ରନାଥ ନାୟକ, ବିଚିତ୍ରାନନ୍ଦ ନାୟକ, ବିଜୟ କୁମାର ମହାନ୍ତି, ରସା ସାହୁ, ବନ ବିହାରୀ ମୁଦୁଲି, ଗଣେଶ ଚନ୍ଦ୍ର ପରିଡ଼ା, ଶ୍ୟାମ ସୁନ୍ଦର ନାୟକ ଓ ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.