ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିଭାଲ: ଓଡ଼ିଶାରୁ ଯୋଗ ଦେଲେ ଦାରିଙ୍ଗବାଡ଼ି ହୋଟେଲ ସଂଘ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ତିନିଦିନିଆ ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିଭାଲ ବାଙ୍ଗାଲୁରୁର କୋଲକତାର ଖୁଡିରାମ ଇଣ୍ଡର ଷ୍ଟାଡିୟମରେ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ ଏଥିରେ ଯୋଗ ଦେଇ ଓଡ଼ିଶା ଟୁରିଜମକୁ ସର୍ବ ଭାରତୀୟ ସ୍ତରରେ ପ୍ରମୋଟ କରିଥିଲେ । ଆନ୍ତର୍ଜାତୀୟ ସ୍ତରର ଏହି ଉତ୍ସବ ସକାଳ ୧୧ ରୁ ରାତ୍ରି ୮ ଟା ଯାଏ ତିନି ଦିନ ଧରି ଚାଲିଥିଲା । ଏଥିରେ ସମସ୍ତ ରାଜ୍ୟରୁ ବିଭିନ୍ନ ଷ୍ଟଲ ହୋଇଥିବା ବେଳେ ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ ପକ୍ଷରୁ ମଧ୍ୟ ଦାରିଙ୍ଗବାଡ଼ି, କନ୍ଧମାଳ ଓ ଏହାର ଆଖପାଖ ଠାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଉପରେ ଏବଂ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ଉପରେ ଗୋଟିଏ ଷ୍ଟଲ ଦେଇ ଲୋକଙ୍କୁ ବୁଝାଇ ଆନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ନାଁ କରିପାରିଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.